ମନୋରଞ୍ଜନ

ତିରୁପତିରେ ବଲିଉଡ୍‌ ଅଭିନେତ୍ରୀ ଜହ୍ନବୀ କପୁର

(ମୁମ୍ବାଇ) :ତିରୁପତି ବାଲାଜୀଙ୍କୁ ଦର୍ଶନ କଲେ ବଲିଉଡ୍‌ ଅଭିନେତ୍ରୀ ଜହ୍ନବୀ କପୁର। ବଲିଉଡ୍‌ ଅଭିନେତ୍ରୀ ଜହ୍ନବୀ କପୁର ଆଜି ନିଜର ପୁରୁଷ ବନ୍ଧୁଙ୍କ ସହ ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ତେଲୁଗୁ ଚଳଚ୍ଚିତ୍ର ଅଭିନେତ୍ରୀ ମାହଶ୍ବେରୀଙ୍କ ସହ ଜାହ୍ନବୀ ଓ ତାଙ୍କ ପୁରୁଷ ବନ୍ଧୁ ଶିଖର ପହଡ଼ିଆ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ। ଏନେଇ ଜାହ୍ନବୀ ନିଜର ସାମାଜିକ ଗଣମାଧ୍ୟମ ଇନ୍‌‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି କହିଛନ୍ତି ଯେ ୨୦୨୪ ଏବେ ଆରମ୍ଭ ହେବା ସେ ଅନୁଭବ କରୁଛନ୍ତି। ସୂଚନା ଯୋଗ୍ୟ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ଶିଖର ଓ ଜାହ୍ନବୀଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଜାରି ରହିଛି।

Related posts

‘ଟାଇଗର-୩’ର ପ୍ରଥମ ଗୀତ ରିଲିଜ, ସଲମାନ-କ୍ୟାଟ୍ରିନାଙ୍କ ସ୍ୱାଗ୍

mahabharatanews

ବିଜୟଙ୍କୁ ଇର୍ଷା କରୁଥିବା ଚର୍ଚ୍ଚାରେ ଗଣମାଧ୍ୟମକୁ ଡାକି ପ୍ରତିକ୍ରିୟା ରଖିଲେ…

mahabharatanews

ପରଲୋକରେ କନ୍ନଡ଼ ଅଭିନେତା କେ.ଶିବରାମ

mahabharatanews