ମନୋରଞ୍ଜନ

‘ଛୋଟା ରାଜନ୍‌ଙ୍କୁ ଜରୁରୀ ରିଲିଫ୍‌ ମନା’ : ବମ୍ବେ ହାଇକୋର୍ଟ

(ମୁମ୍ବାଇ) : ‘ଛୋଟା ରାଜନ୍‌ଙ୍କୁ କୌଣସି ଜରୁରୀ ରିଲିଫ୍‌ ମନା’ କଲେ ବମ୍ବେ ହାଇକୋର୍ଟ । ୱେବ୍‌ ସିରିଜ୍‌ ‘ସ୍କୁପ୍‌’ ବିରୋଧରେ ପିଟିସନ୍‌ ଦାଖଲ କରିଥିବା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ନିକାଲଜେ ଓରଫ ଛୋଟା ରାଜନ୍‌ଙ୍କୁ ବମ୍ବେ ହାଇକୋର୍ଟ କୌଣସି ଜରୁରୀ ରିଲିଫ୍‌ ଦେବାକୁ ମନା କରିଦେଇଛନ୍ତି।ନେଟଫ୍ଲିକ୍ସ ଏଣ୍ଟରଟେନମେଣ୍ଟ ସର୍ଭିସେସ୍‌ ଇଣ୍ଡିଆ ସମେତ ଏହି ଧାରାବାହିକର ନିର୍ମାତା ଓ ପ୍ରଯୋଜକମାନଙ୍କୁ ଜୁନ୍‌ ୭ ତାରିଖ ସୁଦ୍ଧା ରାଜନଙ୍କ ଆବେଦନର ଜବାବରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ ,ସଂପ୍ରତି ଜେଲରେ ଥିବା ଏହି ଗ୍ୟାଙ୍ଗଷ୍ଟର ଗୁରୁବାର ଏହି ୱେବ୍‌ ସିରିଜ୍‌ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ କହିଥିଲେ ଯେ ତାଙ୍କ ବିନା ପୂର୍ବ ସମ୍ମତିରେ ତାଙ୍କ ବ୍ୟକ୍ତିତ୍ୱ ଓ ଗୁଣର ବ୍ୟବହାର କିମ୍ବା ଅପବ୍ୟବହାର ତାଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ଏବଂ ମାନହାନି କରୁଛି। ତେବେ ଜଷ୍ଟିସ୍‌ ଏସ୍‌ ଜି ଦିଗେ ରାଜନଙ୍କୁ କୌଣସି ପ୍ରକାରର ରିଲିଫ ଦେବା ପାଇଁ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି।

Related posts

ହାତକୁ ଦି ହାତ ହେବେ ଅଭିନେତ୍ରୀ ଜାହ୍ନବୀ କପୁର

mahabharatanews

ଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗ

mahabharatanews

୨୪ରେ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ 

mahabharatanews