ଓଡିଶା

ପ୍ରସିଦ୍ଧ ଭୋଗ ରସାବଳିକୁ ଜିଆଇ ଟ୍ୟାଗ୍‌

(ଭୁବନେଶ୍ୱର) :  କେନ୍ଦ୍ରାପଡ଼ାବାସୀଙ୍କ ଆରାଧୢ ଦେବତା ସିଦ୍ଧ ବଳଦେବଜିଉଙ୍କ ପ୍ରସିଦ୍ଧ ଭୋଗ ରସାବଳିକୁ ମିଳିଛି ଜିଆଇ ଟ୍ୟାଗ୍‌। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଆଜି ଏହାକୁ ସ୍ବୀକୃତି ଦେଇଛି। ସାରା ରାଜ୍ୟରେ କେନ୍ଦ୍ରାପଡ଼ା ରସାବଳିର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି।

ସୂଚନାନୁଯାୟୀ , ଛେନା, କ୍ଷୀର ଓ ଚିନିରେ ପ୍ରସ୍ତୁତ ହେଉଥିବା ଏହି ମିଷ୍ଟାନ୍ନ ପ୍ରଭୁ ବଳଦେବଜିଉଙ୍କ କୋଠ ଭୋଗ ମଧୢରେ ଅନ୍ତର୍ଭୁକ୍ତ। ତ୍ରୟୋଦଶ ଶତାବ୍ଦୀରୁ ଏହା ବଳଦେବଜିଉଙ୍କ ପାଖେ ଭୋଗ ଆକାରରେ ଲାଗି ହେଉଥିବା କୁହାଯାଉଛି।  କିନ୍ତୁ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ପରେ ଏହି ଦାବି ଆଉ ଦୁଇ ପାଦ ଆଗକୁ ବଢ଼ିବା ସହିତ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୨୦ ଜୁଲାଇରେ କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସ˚ଘ ଗଠନ ହୋଇଥିଲା।

Related posts

 ଏମଆରଆଇ ୟୁନିଟ କାର୍ଯ୍ୟକ୍ଷମ ପରେ ୧୨୦ ରୋଗୀ ଉପକୃତ 

mahabharatanews

ଉଦଳାରେ ସିଏଏ ବିରୋଧୀ ଶୋଭାଯାତ୍ରା

mahabharatanews

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews