ଓଡିଶା

ଖୋଲିଲା ଆଉ ୪ଟି ଗେଟ 

(ହୀରାକୁଦ) : ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ପୂର୍ବରୁ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଥିବା ବେଳେ ଗତକାଲି ପୁଣି ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍‌ ଖୋଲାଯାଇଛି। ମୋଟ ୬ଟି ଗେଟ ଦେଇ ଜଳ ନିଷ୍କାସିତ  ହେଉଛି । ଗତକାଲି ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୧୨ ଫୁଟ୍‌ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରରକୁ ୧,୭୬,୦୪୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ୧,୩୭,୯୨୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୬ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୯୮,୨୦୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୬,୦୧୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଥିଲା।

ସୂଚନାନୁଯାୟୀ , ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହେବା ସହ ଶକ୍ତିଶାଳୀ ହୋଇଛି। ତେବେ, ଆସନ୍ତା ୨୪ ଘଣ୍ଟା  ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ କମଳା ଚେତାବନୀ/ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Related posts

ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ, ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

mahabharatanews

୨୯୧ରୁ ୪୨ ଜଣ ପ୍ରବାସୀ ହୋମ୍ କ୍ୱାରେଣ୍ଟାଇଂନରେ

mahabharatanews

ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ନମ୍ବର ଗଞ୍ଜାମ

mahabharatanews