ଓଡିଶା

କମିଲା ସୁନା ଓ ରୁପା ଦର

(ଦିଲ୍ଲୀ) : ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଭୁବନେଶ୍ବର ବଜାରରେ ୧୦ ଗ୍ରାମ ପିଛା ସୁନା ଦର ଗତକାଲି ତୁଳନାରେ ପାଖାପାଖି ୧୫୦୦ରୁ ୧୬୦୦ ଟଙ୍କା କମିଥିବା ବେଳେ ରୁପା ଦର କିଲୋଗ୍ରାମ ପିଛା ୨୫୦୦ ଟଙ୍କା କମିଛି।

ସୂଚନାନୁଯାୟୀ , ଭୁବନେଶ୍ବରରେ କେତେକ ସୋ’ରୁମ୍‌ରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ ପିଛା ୧୫୩୦ ଟଙ୍କା ତଳକୁ ଖସିଛି। ଗତକାଲି ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୭୩୬୯୦ ଟଙ୍କା ଥିବାବେଳେ ଆଜି ଏହା ୭୨୧୬୦ ଟଙ୍କା ସ୍ତରକୁ ଖସିଆସିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦାମ୍‌ ମଧ୍ୟ ୧୦ ଗ୍ରାମ୍‌ ପିଛା ୧୪୦୦ ଟଙ୍କା କମିଛି। ଗତକାଲି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୬୭୫୫୦ ଟଙ୍କା ଥିବାବେଳେ ଆଜି ତାହା ୬୬୧୫୦ ଟଙ୍କାକୁ କମିଯାଇଛି।

Related posts

ବିଧାନ ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଉଦ୍ଧବ

mahabharatanews

ସଡକ ଦୂର୍ଘଟଣା ରେ ୨ମୃତ

mahabharatanews

ଭୁବନେଶ୍ୱରରେ ପହଞ୍ଚିଲେ ବିଧାୟିକା ଦୀପାଳି ଦାସ 

mahabharatanews