(ଜୟନ୍ତ କୁମାର ସେଠୀ/ଡେଲାଙ୍ଗ): ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଦିନକୁ ସ୍ଥିତି ଗମ୍ଭୀର ହେଉôଥିବା ବେଳେ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସଟଡାଉନ ଓ ଲକଡାଉନ ଭଳି କଟକଣା ଲାଗୁ କରାଯାଉଛି । ଅନେକେ କୋଭିଡ ନିୟମ ଓ କଟକଣାକୁ ମାନି ଚଳୁଥିବା ବେଳେ କେତେକ ଅମାନିଆ ଏହାକୁ ଟିକେ ହେଲେ ଖାତିର କରୁନଥିବା ଦେଖିବାକୁ ମିଳୁଛି । ତେବେ ଗତକାଲି ପୁରୀ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ହୋଇଥିବା ବେଳେ ମଦ ବ୍ୟବସାୟୀ ଦୋକାନ ଖୋଲି ବେପାର କରୁଥିବାର ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଗତକାଲି ଡଲାଙ୍ଗ ଥାନା ଅଧିନ ରାମଚନ୍ଦ୍ରପୁରରେ ଥିବା ଏକ ମଦ ଦୋକାନ ଆଗ ପଟୁ ବନ୍ଦ ରହିଥିବା ବେଳେ ପଛପଟ ଖୋଲା କରି ମଦ କାରବାର ଚାଲିଥିଲା । କିଛି ଲୋକ ଭିତରେ ପଶି ମଦ୍ୟପାନ କରୁଥିଲେ । ଖବର ପାଇ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ମଧ୍ୟାହ୍ନ ସମୟରେ ଦୋକାନ ଉପରେ ଚଢାଉ କରିଥିଲେ । କୋଭିଡ ନିୟମ ଭଙ୍ଗ କରିଥିବାରୁ ଦୋକାନ ମାଲିକ ସୁରେନ୍ଦ୍ର ନାଥ ବାରିକଙ୍କୁ ୧୫ ହଜାର ଟଙ୍କା କରିମାନା ଦେବାକୁ ପଡିଥିଲା । ଏହାସହ କୋଭିଡ ନିୟମକୁ ଅମାନ୍ୟ କରିବେ ନାହିଁ ବୋଲି ଦୋକାନ ମାଲିକ ଅଣ୍ଡରଟେକିଂ ଦେଇଥିବା ତହସିଲଦାର ସୂଚନା ଦେଇଛନ୍ତି ।
previous post