ଓଡିଶା

କାମଧନ୍ଦା ନପାଇ ଭୋକ ଉପାସରେ ଜବକାର୍ଡଧାରୀ, ସଫେଇ କାମ କରୁଛି ଜେସିବି

(ଜୟନ୍ତ ସେଠୀ/ଗୋପ): ରାଜ୍ୟରେ ମହାମାରୀ କରୋନା ଯୋଗୁ ଏବେ ବହୁ ପରିବାର କାମ ଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଥିବା ବେଳେ ରାଜ୍ୟ ସରକାର ପ୍ରବାସୀ ଓଡିଆ ମାନଙ୍କୁ ୧୦୦ ଦିନର କାର୍ୟ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ କେହି କେହି ଖାତିର କରୁନଥିବା ଦେଖିବାକୁ ମିଳିଛି। ଭୋକ ଉପାସରେ କାଳତିପାତ କରୁଥିବା ବେଳେ ଲୋକଙ୍କ ନାମରେ କାମ କରୁଛି ଜେସିବି ମେସିନା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବ୍ଳକ ଅନ୍ତର୍ଗତ ବଳରାମପୁରଗଡ ଗ୍ରାମ ପଞ୍ଚାୟତର ପୁରୁଣା ବୁଢାକେରା ଠାରୁ କେତକୀ ପାଟଣା ପର୍ୟ୍ୟନ୍ତ କେନାଲ ପରିସର ସଫେଇ କରୁଛି ଜେସିବି ମେସିନ । ସୁଚନାଯୋଗ୍ୟ ଯେ ବଳଙ୍ଗା ଜଳସେଚନ ଅଧୀନରେ ଏହି କେନାଲଟି ରହିଛି । ଏହାର କାର୍ୟ୍ୟ ତଦାରଖ କରିବା ପାଇଁ କେହି ଯନ୍ତ୍ରୀ ନ ଥିବାର ଜଣାପଡିଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି କାର୍ୟ୍ୟ ପାଣି ପଞ୍ଚାୟତ କରୁଛି । ପାଣି ପଞ୍ଚାୟତର ଗାଇଡିଲାଇନ ଅନୁଯାୟୀ କେନାଲ ସଫେଇ କାର୍ୟ୍ୟ ମେସିନ ଦ୍ୱାରା କରାନଯାଇ ଶ୍ରମିକ ନିଯୁକ୍ତି ଦିଆଯିବା କଥା । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଫଳରେ ଗାଁଲୋକେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ସବୁବେଳେ ଚାଷୀ ମୁଣ୍ଡରେ ଚଡକ ପଡୁଛି । ବର୍ଷା ଅଭାବରୁ ଗଜା ମରୁଡି, ତଳିପୋଡି ଯାଇଥିବା ବେଳେ ଏବେ କାମ ନାହିଁ । ଚାଷୀ ଘରେ ବସିଛି । ଏଣୁ ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ନଜର ଦେଇ ଜେସିବି ମେସିନ କାମକୁ ଅଟକ ରଖି କରୋନା ସମୟରେ କାମଧନ୍ଦା ନ ପାଇ ଭୋକ ଉପାସରେ ବସିଥିବା ଲୋକମାନଙ୍କୁ କାମ ଯୋଗାଇ ଦେବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

Related posts

ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟନମେଣ୍ଟ ଜୋନ୍ ଘୋଷଣା

mahabharatanews

ଓଡିଶାକୁ ବୁଡାଇଲା ପୋଲାଭରମ ପ୍ରକଳ୍ପ:ଡ୍ୟାମର ପଛୁଆ ଜଳ ଯୋଗୁଁ ବୁଡ଼ିଲା ମୋଟୁର ମୁଗି ପଏଣ୍ଟ

mahabharatanews

୫ଟି ସଚିବଙ୍କ ଝାରସୁଗୁଡ଼ା ଗସ୍ତ

mahabharatanews