(ଦିଲ୍ଲୀ) : ନୂଆ ବର୍ଷ ଆରମ୍ଭରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ବିରୋଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଗୋଲଡିଙ୍କୁ ଆତଙ୍କବାଦୀ ଘୋଷଣା କରିଛି । ଏ ବାବଦରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଗୋଲ୍ଡି ବ୍ରାର ସାମିଲ ରହିଛି ।
ସୂଚାନନୁଯାୟୀ , ଗୋଲ୍ଡି ବ୍ରାର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇଙ୍କ ନିକଟତର ବୋଲି ମଧ୍ୟ କୁହାଯାଏ । ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କିଛି ସମୟ ପୂର୍ବରୁ ଗ୍ୟାଙ୍ଗଷ୍ଟର ସମ୍ବନ୍ଧୀୟ ଅନେକ ମାମଲାର ଯାଞ୍ଚ କରିଥିଲା । ଏହା ପରେ ସେ ୨୮ ବଡ ଏବଂ ଭୟଙ୍କର ଗ୍ୟାଙ୍ଗଷ୍ଟର ଯାଏ ପହଞ୍ଚିଥିଲେ , ଯେଉଁମାନେ ଦେଶରେ ଆତଙ୍କ ବିସ୍ତାର କରିନ୍ତି ।