କେନ୍ଦ୍ରାପଡ଼ା : ବାଳଶ୍ରମର ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ଗଣେଶୀ ଲାଲ୍ । କେନ୍ଦ୍ରାପଡ଼ା ଜିଲ୍ଳା ଅନ୍ତର୍ଗତ ଅରୁଆ ସ୍ଥିତ ହରିହରନନ୍ଦ ବାଳଶ୍ରମର ବାର୍ଷିକ ଉତ୍ସବରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଥିଲେ । ଏହି ଉତ୍ସବରେ ଆଶ୍ରମର ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କଳାକୃତିର ପ୍ରଦର୍ଶନ କରାଯିବା ସହ ଭବ୍ୟ ସମ୍ବର୍ଦ୍ଧନାରେ ରାଜ୍ୟପାଳନକୁ ସମ୍ବର୍ଦ୍ଧନା କରାଯାଇଥିଲା । ସ୍ୱାମୀ ପ୍ରଜ୍ଞାନନ୍ଦନଙ୍କ ସହ ଅନେକ ସାଧୁ ସନ୍ଥ ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ଶିକ୍ଷକ ଓ ଅବିଭାବକଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ମୁହଁରେ ହସ ଓ ଆଖିର ଚମକ ଯେପରି ବନ୍ଦ ହୋଇ ନଯାଏ, କାରଣ ଉଜ୍ଜଳ ମୁହଁ ଓ ଆଖିର ଚମକ ପ୍ରଭୁ ଜଗନ୍ନାଥର ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ଉପଦେଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
previous post