ଓଡିଶା

ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି କର୍ମଚାରୀ

(ସରୋଜ କୁମାର ରାଉତ)ଭୁବନେଶ୍ୱର: ୨୦୧୮ ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସମସ୍ତ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖା ହେବ। ସେପ୍ଟେମ୍ବର, ୨୦୧୮ରେ ତତ୍କାଳୀନ ଉନ୍ନୟନ କମିସନର ଆର୍.ବାଲକ୍ରିଷ୍ଣନ ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ। ଏପରିକି ଏହା ଯେପରି ଶତ ପ୍ରତିଶତ ସଫଳ ହେବ, ସେଥିପାଇଁ ବିଏମ୍ସି ଓ ଶ୍ରମ ବିଭାଗ ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟୀଙ୍କୁ ସଚେତନ କରିବେ। ସମସ୍ତେ ନାମଫଳକ ଯେପରି ପ୍ରାଞ୍ଜଳ ଭାବେ ଓଡ଼ିଆରେ ଲେଖିବେ, ସେଥିପାଇଁ ସ୍ବତନ୍ତ୍ର ଅଭିଯାନ କରିବାକୁ କହିଥିଲେ। ଓଡ଼ିଆରେ ନାମଫଳକ ନ ଲେଖିଲେ ନିୟମ ଅନୁଯାୟୀ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ ବର୍ଷେ ବିତିଗଲାଣି। ଏଥରକୁ ମିଶାଇ ତତ୍କାଳୀନ ଉନ୍ନୟନ କମିସନର ତିନି ତିନି ଥର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସବୁ ନିର୍ଦେଶକୁ ବିଏମ୍ସି କର୍ତ୍ତୃପକ୍ଷ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। କେବଳ ଲୋକଦେଖାଣିଆ ଭାବେ କିଛି ହାତଗଣତି ଦୋକାନରୁ ଜରିମାନା ଆଦାୟ କରି ଚୁପ୍ ରହିଗଲେ। କିନ୍ତୁ ସରକାରୀ ଓ ବେସରକାରୀ ସଂସ୍ଥାରୁ ଜରିମାନା ଆଦାୟ କରିବାକୁ ହାତ ଗଲାନି। ଫଳରେ ସରକାରୀ ନିର୍ଦ୍ଦେଶନାମା ସତ୍ତ୍ବେ ରାଜଧାନୀର ବହୁ ଦୋକାନ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଏବେ ବି ଇଂରାଜୀରେ ନାମଫଳକ ଲେଖା ରହିଥିବା ଦେଖିବାକୁ ମିଳୁଛି।
କୁଆଡ଼େ ଗଲା ୱେବସାଇଟ୍
ଓଡ଼ିଆରେ ନାମଫଳକ ଲେଖା ହୋଇଛି କି ନାହିଁ; ଯାଞ୍ଚ କରିବା ପାଇଁ ଏକ ୱେବ୍ସାଇଟ୍ ଖୋଲା ଯାଇଥାନ୍ତା। ଏଥିରେ ନାମଫଳକ ତଦାରଖ ପାଇଁ ବ୍ୟବସ୍ଥା ରହିଥାନ୍ତା। ଯଦି କୌଣସି ଅନୁଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖା ହୋଇ ନଥିବ, ତେବେ ଯେକୌଣସି ବ୍ୟକ୍ତି ଏହାର ଫଟୋ ଉଠାଇ ସେହି ୱେବସାଇଟ୍ରେ ଅପଲୋଡ୍ କରିଥାନ୍ତେ। ଶ୍ରମ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିଆଯାଇଥା’ନ୍ତା। କିନ୍ତୁ ଏହା କେବଳ ବୈଠକର ଆଲୋଚନାରେ ରହିଗଲା। କେହି ନିୟମ ମାନିଲେନି କି ନିୟମ ମାନୁ ନ ଥିବା ସଂସ୍ଥାର ଫଟୋ ଉଠାଇ ଅପ୍ଲୋଡ୍ କରିବାକୁ ୱେବସାଇଟ୍ ହେଲାନି। ଶ୍ରମ ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ବି ବିଏମ୍ସିର କାର୍ୟ୍ୟାନୁଷ୍ଠାନ ଅପେକ୍ଷାରେ ରହିଗଲେ।

Related posts

ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ୮୧ବର୍ଷରେ ପରଲୋକ

mahabharatanews

ଶୁଭଲକ୍ଷ୍ମୀ ସସପେନ୍ସ ; ସାମ୍ନାକୁ ଆସିଲା ବ୍ୟବଛେଦ ରିପୋର୍ଟ 

mahabharatanews

କ୍ୱାରେଣ୍ଟାଇନ ସେଣ୍ଟରରେ ଟିକଟକ: ୬ ଜଣଙ୍କ ନାମରେ ମାମଲା

mahabharatanews