Uncategorized

ସୁନୀଲ ସେଟ୍ଟୀ ନାଡାର ବ୍ରାଣ୍ଡ ଆମ୍ବାସାଡର

(ନୂଆଦିଲ୍ଲୀ): ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା)ର ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି । ଖେଳାଳୀମାନଙ୍କ ମଧ୍ୟରେ ସଚେନତା ସୃଷ୍ଟି ପାଇଁ ସୁନିଲଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଶୁଣିବାକୁ ମିଳିଛି । ନିକଟରେ ନାଡା ଓ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ମିଳିତ ଭାବେ ଏକ ଆଣ୍ଟି ଡୋପିଂ ସଚେତନତା କର୍ମଶାଳା ମାଧ୍ୟମରେ ଫୁଟବଲ ଖେଳାଳିଙ୍କୁ ସଚେତନ କରାଇଥିଲେ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ୧୫୦ରୁ ଉଦ୍ଧ୍ୱର୍ ଖେଳାଳି ଡୋପିଂ ଟେଷ୍ଟରେ ବିଫଳ ହୋଇଥିଲେ । ଏଥିରେ ଅଧିକାଂଶ କୁସ୍ତି କ୍ଷେତ୍ରରୁ ସାମିଲ ଥିଲେ । ଏଣୁ ଖେଳାଳିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସୁନିଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଦେଶରେ ସିନେ ତାରକାଙ୍କ କଥାକୁ ଲୋକେ ଅଧିକ ଗ୍ରହଣ କରିଥାନ୍ତି । ତେଣୁ ଡୋପିଂ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାରେ ସୁନିଲ ଅଧିକ ସଫଳ ହେବେ ବୋଲି ନାଡାର ମହାନିର୍ଦ୍ଦେଶକ ନବୀନ ଅଗ୍ରୱାଲ କହିଛନ୍ତି ।

Related posts

ନିଜ କର୍ମଚାରୀଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଲା ରିଲାଏନ୍ସ: କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା

mahabharatanews

ଚୀନର ଯୋଜନାବଦ୍ଧ ହିଂସାକାଣ୍ଡ: ଜୟଶଙ୍କର

mahabharatanews

ୟୁକେର ପ୍ରଥମ ମହିଳା ଆତ୍ମଘାତୀ ବୋମା ଷଡଯନ୍ତ୍ରକାରୀ ଶ୍ରୀଲଙ୍କାପରି ଏକ ଆତଙ୍କୀ ଆକ୍ରମଣର ଯୋଜନା କରୁଥିଲେ

mahabharatanews