ଓଡିଶା

ସାବଧାନ ବୁଲୁଛି ମହାବଳ

(ଗୁଣପୁର) : ସାବଧାନ ବୁଲୁଛି ମହାବଳ  । ଓଡ଼ିଶା ଆନ୍ଧ୍ର ସୀମା ତଥା ଗୁଣପୁର ବ୍ଲକ୍‌ରୁ ଅଳ୍ପ ଦୂରରେ ଗୋଟିଏ ମହାବଳ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି। ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା କୁହାଯାଉଛି। ଯାହାକୁ ଆନ୍ଧ୍ରର ବନ ବିଭାଗ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି।

ସୂଚନାନୁଯାୟୀ , ଭାଇରାଲ ଭିଡିଓରେ ଗୋଟିଏ ବୟସ୍କ ମହାବଳ ବାଘ ହଠାତ ରାସ୍ତା ଉପରକୁ ଚାଲି ଆସିବା ସହ କିଛି ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଚାଲିଯାଉଛି। ଆନ୍ଧ୍ର ତଥା ଓଡ଼ିଶାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ୯ସେକେଣ୍ଡର ଭିଡିଓ ଭାଇରାଲ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି। ଅନ୍ୟପଟେ ବାଘ ଚଳପ୍ରଚଳ ଖବର ମିଳିବାମାତ୍ରେ ଶ୍ରୀକାକୁଲମ ବନ ବିଭାଗ କର୍ମଚାରୀ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ସମ୍ଭାବ୍ୟ ସ୍ଥାନରେ ସନ୍ଧାନ ମଧ୍ୟ କରିଥିଲେ। ଆଖପାଖ ଗ୍ରାମବାସୀଙ୍କୁ ପଚାରିବାରୁ ବାଘକୁ କେହି ଦେଖିନଥିବା କହିଥିଲେ। କିନ୍ତୁ କିଛି ସ୍ଥାନରେ ବାଘର ପାଦଚିହ୍ନ ବନ ବିଭାଗ କର୍ମଚାରୀ ସ୍ପଷ୍ଟ ରୂପେ ଦେଖିଥିଲେ।

Related posts

୧୩ ଓଏଏସଙ୍କ ପଦୋନ୍ନତି

mahabharatanews

କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ

mahabharatanews

ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

mahabharatanews