ଓଡିଶା

କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ

(ଜୟନ୍ତ କୁମାର ସେଠୀ): ବିଶ୍ବ ମହାମାରୀ କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଏହି କ୍ରମ ରେ ଆଜି ପୁରୀ ଜିଲାପାଳଙ୍କ କାର୍ୟ୍ୟଳୟ ସମେତ , ପୁରୀ ଏସପିଙ୍କ କାର୍ୟ୍ୟଳୟ , ପୁରୀ ପୌର ପାଳିକା ଅଫିସ ମଧ୍ୟ ସାନିଟାଇଜ କରାଯାଇଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ତରଳ ରସାୟନିକ ପଦାର୍ଥ ସିଂଚନ କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଏହି କାର୍ୟ୍ୟ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପୁରୀ ସହରର ପ୍ରମୂଖ ସରକାରୀ କାର୍ୟ୍ୟାଳୟ , ଅନ୍ୟ ଘରୋଇ ଅନୁଷ୍ଠାନ , ରାସ୍ତା ମଧ୍ୟ ବିଶୋଧନ କରାଯିବ। ସେହିପରି ପୁରୀ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ମେଡ଼ିକାଲ , ବଜ଼ାର ଅଞ୍ଚଳରେ ବିଶୋଧନ କାର୍ୟ୍ୟ କରାଯାଇଛି। ପୂର୍ବରୁ ପୁରୀର କଲେରା ହସ୍ପିଟାଲର ଫ୍ଲୁ ୱାର୍ଡ ସମେତ ଜିଲାର ସମସ୍ତ ବ୍ଲକର ମେଡ଼ିକାଲକୁ ବିଶୋଧନ କରାଯାଇଛି। ପର୍ୟ୍ୟୟକ୍ରମେ ଏହି ବିଶୋଧନ କାର୍ୟ୍ୟ ରୀତିମତ ଚାଲିବ ବୋଲୀ ଅଗ୍ନିଶମ ବହିନୀ ପକ୍ଷରୁ କୁହାଯାଇଛି।

Related posts

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା

mahabharatanews

ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ

mahabharatanews

ପୋଖରୀରେ ବୁଡି ଯୁବକ ମୃତ

mahabharatanews