ନୂଆଦିଲ୍ଲୀ: ଆଜି ହେଉଛି ସିଆରପିଏଫର ଶୌର୍ଯ୍ୟ ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ଟୁଇଟ କରି ସିଆରପିଏଫର ବୀର ଯୋଦ୍ଧାଙ୍କ ଶୌର୍ଯ୍ୟକୁ ମନେପକାଇବାକୁ ଯାଇ ଉଲ୍ଲେଖ କରିଛନ୍ତି, ୧୯୬୫ ଆଜିର ଦିନରେ ଗୁଜୁରାଟର ସରଦାର ପୋଷ୍ଟରେ ସିଆରପିଏଫ ଯବାନ ଯେଉଁ ସ୍ୱର୍ଣ୍ଣିଭ ଇତିହାସ ରଚିଥିଲେ, ତାହା ଅସାମାନ୍ୟ ବୀରତା ଓ ବଳିଦାନର ପରିଚୟ ଦେଇଥିଲା । ଏହା ସର୍ବଦା ଅବିସ୍ମରଣୀୟ ହୋଇ ରହିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସିଆରପିଏଫ ଦିବସରେ ସିଆରପିଏଫ ଜବାନଙ୍କୁ ସାଲୁଟ କରିବା ସହ ସେମାନଙ୍କ ବୀରତ୍ୱର ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ସିଆରପିଏଫ ଯବାନଙ୍କ ଗୁଜୁରାଟ ସର୍ଦ୍ଦାର ପଟେଲ ପୋଷ୍ଟର ବଳିଦାନକୁ ମନେ ପକାଇବା ସହ ସେହି ସହିଦମାନଙ୍କ ବଳିଦାନକୁ ଚିରସ୍ମରଣୀୟ ବୋଲି ଟୁଇଟର ମାଧ୍ୟମରେ ଜଣାଇଛନ୍ତି ।
previous post
