ଓଡିଶା

ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ଜରୁରୀ ପଦକ୍ଷେପ ନେଇଚାଲିଛନ୍ତି । ରାଜ୍ୟ ଓ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଆଜି ମଧ୍ୟ ଏକ ଘୋଷଣା କରିଛନ୍ତି । ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ପର୍ୟ୍ୟନ୍ତ ବୃଦ୍ଧି କରିବା ସହ ସବୁ ଶିକ୍ଷାନୁଷ୍ଠାନ ଜୁନ୍‌ ୧୭ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ସାଧାରଣତଃ ମେ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ରଜ ଶେଷ ଅର୍ଥାତ ଜୁନ ୧୭ ବା ୧୮ ପର୍ଯ୍ୟନ୍ତ ବନ୍ଦ କରାଯାଇଥାଏ । ବର୍ତ୍ତମାନ କରୋନାକୁ ନେଇ ଏପ୍ରିଲ ମାସ ତମାମ ଲକଡାଉନ ଜାରି ରହିଥିବାରୁ ଗ୍ରୀଷ୍ଣ ପ୍ରବାହ ପାଇଁ ମେ ମାସରୁ ଜୁନ ୧୭ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି ।

Related posts

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

mahabharatanews

୨୫୦ରୁ ଉଦ୍ଧ୍ୱର୍ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

mahabharatanews

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

mahabharatanews