ଭାରତମନୋରଞ୍ଜନ

ହାପି ବାର୍ଥଡେ ବିଗ ବି

ବ୍ୟୁରୋ / ରିପୋଟର୍ସ ଟୁଡେ : ଆଜି ହେଉଛି ବିଗ ବି ଓରଫ ଅମିତାଭ ବଚନଙ୍କ ଜନ୍ମ ଦିନ। ଏହି ଦିନରେ ଜଣେ ବଲିଉଡ ମହାନାୟକ ଜନ୍ମ ନେଇଥିଲେ। ଅକ୍ଟୋବର ୧୧ ମାନେ ଆଜି ୮୦ ବର୍ଷ ରେ ପଦାର୍ପଣ କରିବେ ବିଗ ବି। ସେ ୧୯୪୨ ମସିହାରେ ଜନ୍ମ ନେଇଥିଲେ।
ଅମିତାଭ ବଚନ ଜଣେ ଭାରତୀୟ କଳାକାର ସାଙ୍ଗକୁ ଚଳଚ୍ଚିତ୍ର ନିଦ୍ଦେର୍ଶକ, ଟେଲିଭିଜନ ହୋଷ୍ଟ, କେବେକେବେ ଗୀତକାର, ରାଜନୀତିର ପ୍ରତିଷ୍ଠାତା ରୂପେ ପରିଚିତ। ସେ ହିନ୍ଦୀ ସିନେମାର ସଫଳ ଓ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି।
ତେବେ ତାଙ୍କ ସିନେମା କ୍ୟାରିୟର କଥା କହିଲେ, ଅମିତାଭ ୧୯୬୨ ମସିହାରେ ଚଳଚିତ୍ର ଦୁନିଆକୁ ପାଦ ଥାପି ଥିଲେ ଏକ ସିନେମା ନ୍ୟାରେଟର ହିସାବରେ। ୧୯୭୦ ରୁ ୧୯୮୦ ଯୁଗକୁ ଅମିତାଭ ବଚନ ଯୁଗ ରୂପେ ଅବିହିତ କରାଯାଏ । ସେ ଅନେକ ସୁପରହିଟ ଚଳଚ୍ଚିତ୍ର ପରିବେଷଣ କରି ଲୋକଙ୍କ ହୃଦୟରେ ଘର କରିରହିଯାଇଛନ୍ତି ।
ଅମିତାଭଙ୍କ ୧୯୮୮ ମସିହାର ସେହେନ୍ସା ଫିଲ୍ମ ପାଇଁ ବଲିଉଡରେ ସେହେନ୍ସା ନାମରେ ସେ ସୁପରିଚିତ । ସେ ବେଷ୍ଟ ଆକ୍ଟରର ନାସନାଲ ଆୱାର୍ଡ ଜିତିଥିବା ବେଳେ ୧୬ଟି ଫିଲ୍ମଫେୟାର ଆୱାର୍ଡ ଘରକୁ ନେଇଛନ୍ତି । ତେବେ ୧୯୮୪ ମସିହାରେ ଭାରତୀୟ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଇଥିଲେ । ସେହିପରି ୨୦୦୧ରେ ପଦ୍ମଭୂଷଣ ଓ ୨୦୧୫ରେ ପଦ୍ମବିଭୂଷଣ ଉପାଧି ଦିଆଯାଇ ସମ୍ମାନୀତ ହୋଇଛନ୍ତି ।

ଅମିତାଭ ବର୍ତ୍ତମାନ ଫିଲ୍ମ ସହ ବିଜ୍ଞାପନ ଏବଂ ରିଆଲିଟି ଶୋ କୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ତେଣୁ ଆଜି ହେଉଛି ସେହି ମାହାନ କଳାକାର ବା ସେହେନ୍ସାଙ୍କ ଜନ୍ମଦିନ । ଏଥିପାଇଁ ତାଙ୍କ ସ୍ତ୍ରୀ ଜୟା ବଚନ ପୁଅ ଅଭିଷେକ,ବୋହୁ ଐଶୋର୍ଯ୍ୟା ରାୟ ବଚନ ବିଗ ବିଙ୍କ ଜନ୍ମ ଦିବସ ପାଳନକୁ ନେଇ ଖୁବ ଉତ୍ସାହ ପ୍ରକାଶ କରୁଛନ୍ତି । ତେବେ ଆଜି ୮୦ତମ ଜନ୍ମ ଉତ୍ସବ ମନେଇବେ ଅମିତାଭ ବଚନ ।

Related posts

ଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

mahabharatanews

ନାସିକରେ ମୋଦିଙ୍କ ବିଶାଳ ରୋଡ ସୋ’ 

mahabharatanews

୧୦୦ ପରିବାରକୁ ୧ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଲେ ସୁପରଷ୍ଟାର ବିଜୟ 

mahabharatanews