ମନୋରଞ୍ଜନ

‘ରାଧିକା ପଥର ପରି ଦୃଢ଼’: ଅନନ୍ତ ଅମ୍ବାନୀ 

(ଦିଲ୍ଲୀ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆଗାମୀ ଭବିଷ୍ୟତରେ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ମଙ୍ଗେତର ରାଧିକା ମର୍ଚାଣ୍ଟଙ୍କରତାଙ୍କ ସହ ଛାଇ ପରି ଛିଡା ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ତାଙ୍କ ଜୀବନରେ ଏକ କଠନ ସମୟ ଦେଇ ଗତି କରୁଥିବା ବେଳେ ରାଧିକା ତାଙ୍କୁ କିପରି ସମର୍ଥନ ଦେଇଛନ୍ତି ।

ସେ କହିଛନ୍ତି ଯେ ‘‘ମୋ ଅସମୟରେ ରାଧିକା ଏକ ପଥର ପରି ଦୃଢ଼ ହୋଇ ମୋ ସହ ଛିଡ଼ା ହୋଇଛନ୍ତି।’’“ତାଙ୍କୁ ପାଇ ମୁଁ ଭାଗ୍ୟବାନ ଅଟେ। ସେ ମୋର ସ୍ୱପ୍ନର ନାୟିକା। ପିଲାଦିନରୁ, ମୁଁ ଭାବିଥିଲି ଯେ ମୁଁ କେବେବି ବିବାହ କରିବି ନାହିଁ। କାରଣ ମୁଁ ସର୍ବଦା ପଶୁମାନଙ୍କର ଯତ୍ନ ନେବା ପାଇଁ ଉତ୍ସର୍ଗୀକୃତ ଥିଲି। କିନ୍ତୁ ଯେତେବେଳେ ମୁଁ ରାଧିକାଙ୍କୁ ଭେଟିଲି, ମୁଁ ଦେଖିଲି ସେ ଏକଦମ ମୋ ଭଳି। ପଶୁମାନଙ୍କ ପ୍ରତି ମୋ ପରି ତାଙ୍କର ମଧ୍ୟ ସହାନୁଭୂତି ରହିଛି। ତା’ପରେ ଧୀରେ ଧୀରେ ସେ ମୋତେ ଭଲଲାଗିଲେ।’’

Related posts

 ଓସ୍କାର ବିଜୟୀ ଅଭିନେତାଙ୍କ ମୃତ ଦେହ ଉଦ୍ଧାର 

mahabharatanews

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews

ଖ୍ରୀଷ୍ଟମାସରେ ଆସିବ କିଙ୍ଗ୍ ଖାନଙ୍କ ଫିଲ୍ମ  ‘ଡଙ୍କି’

mahabharatanews