ଓଡିଶା

ପୁଣି ଜଣେ ଟପ୍ କ୍ୟାଡର ମାଓବାଦୀଙ୍କ ଆତ୍ମସର୍ମପଣ

(କନ୍ଧମାଳ) : ଆତ୍ମସର୍ମପଣ କରିଛନ୍ତି ପୁଣି ଜଣେ ଟପ୍ କ୍ୟାଡର । କ୍ୟାଡର ମାଓବାଦୀ ତଥା କେକେବିଏନ୍ (କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼) ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ସାମାୟା ମାଡକାମ ମଙ୍ଗଳବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ ଏହି ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନ୍‌ରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ସୂଚନା ମିଳିଛି ।

ସୂଚନା ଅନୁସାରେ, ସମାୟ ମାଡ୍‌କାମ କେକେବିଏନ୍ ମାଓ ସଂଗଠନର ଡିଭିଜିନାଲ୍ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା । ସେ କନ୍ଧମାଳ, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିଲା । ସମାୟର ନିଜଘର ଛତିଶଗଡ଼ ରାଜ୍ୟର ସୁକ୍‌ମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଲଗୁଡ଼ା ଗାଁରେ । ସେ ପିଲାଦିନୁ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା । ସମାୟ ଗତ ୨୦୦୫ ମସିହାରୁ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ମାଓ ସଂଗଠନରେ କାର୍ଯ୍ୟ କରୁଥିଲା ।

Related posts

ଉତ୍କଳ ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ

mahabharatanews

ଜଳପଥରେ ଚେନ୍ନାଇରୁ ଘରକୁ ଫେରିଲେ ଗଞ୍ଜାମର ୩୩ ଶ୍ରମିକ

mahabharatanews

ପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡ

mahabharatanews