ଭାରତ

ଜଳୁଛି ଦିଲ୍ଲୀ

(ଦିଲ୍ଲୀ) : ରାଜସ୍ଥାନ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏବଂ ଦିଲ୍ଲୀରେ ପାରଦ ୪୨ ଡିଗ୍ରି ଛୁଇଁଛି। ପ୍ରବଳ ଗରମ ମଧ୍ୟରେ ରବିବାର ଜାତୀୟ ରାଜଧାନୀରେ ବର୍ଷର ସବୁଠାରୁ ଉତ୍ତପ୍ତ ଦିନ ରେକର୍ଡ କରାଯାଇଥିଲା, ଯାହାର ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରି ସେଲସିୟସ ରହିଛି।

ସୂଚନାନୁଯାୟୀ , ଗତ ୨୪ ଘଣ୍ଟା ମଧ୍ୟରେ ଝାଡ଼ଖଣ୍ଡର ସଢ଼େଇକଳାରେ ସର୍ବୋଚ୍ଚ ତାପମାତ୍ରା ୪୫.୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଏବଂ କର୍ଣ୍ଣାଟକର ଗୁଲବର୍ଗରେ ୪୩.୮ ଡିଗ୍ରି ସେଲସିୟସ ସହ ତାପମାତ୍ରା ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଛୁଇଁଛି ଏବଂ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ ନାହିଁ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ ଓ ଗୁଜରାଟରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ କେରଳରେ ଲଗାତାର ୫ ଦିନ ପର୍ଯ୍ୟନ୍ତ ଗରମ ଓ ଆର୍ଦ୍ର ତାପମାତ୍ରା ରହିବ।

Related posts

ନିହତ ୩ ଆତଙ୍କବାଦୀ: ଲସ୍କର ସହ ଥିଲେ ସମ୍ପୃକ୍ତ

mahabharatanews

ରାମଲାଲାଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି 

mahabharatanews

ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା

mahabharatanews