ଭାରତ

ଅଲଗା ହେଲେ ହାର୍ଦ୍ଦିକ-ନତାଶା

ନୂଆଦିଲ୍ଲୀ: ସବୁ ଚର୍ଚ୍ଚାର ଘଟିଲା ଅନ୍ତ । ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଜଣାଇଲେ ଏକାଠି ନୁହେଁ ଆମେ ଏବେ ଅଲଗା । ଏଭଳି ପରିସ୍ଥିତିରେ କାହାକୁ ଦୋଷ ନଦେଇ ଆମକୁ ଟିକିଏ ଏକା ରହିବାକୁ ଦିଅ । ଭାରତୀୟ ଟିମ୍ ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ ଇଷ୍ଟାଗ୍ରାମ ପୋଷ୍ଟ ଜରିଆରେ କହିଛନ୍ତି ସେ ତାଙ୍କ ପତ୍ନୀ ନତାଶା ଷ୍ଟେନକୋଭିକଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଏହି ପୋଷ୍ଟ ଜରିଆରେ ସେ ତାଙ୍କ ମନର କଥା ସମସ୍ତଙ୍କ ସହ ବାଣ୍ଟିଛନ୍ତି । କହିଛନ୍ତି ୪ ବର୍ଷ ରହିଲା ପରେ ଏବେ ସେ ଏବଂ ନତାଶା ଅଲଗା ହୋଇଛନ୍ତି । ଏହି ପୋଷ୍ଟରେ ସେ ତାଙ୍କ ପୁଅ ଅଗସ୍ତ୍ୟା କଥା ମଧ୍ୟ ଲେଖି ଭାବୁକ ହୋଇପଡ଼ିଛନ୍ତି ।

ପୋଷ୍ଟ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ସାଥିରେ ରହିବା ପରେ ନତାଶା ଆଉ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ପୂରା ଚେଷ୍ଟା କରିଥିଲୁ ଏହି ସମ୍ପର୍କକୁ ରକ୍ଷା କରିବାକୁ । ହେଲେ ଆମକୁ ଲାଗୁଛି ଆମ ଦୁହିଁଙ୍କ ପାଇଁ ଏହା ସଠିକ ନିଷ୍ପତ୍ତି । ଏହା ଆମ ପାଇଁ ବହୁତ କଠିନ ନିଷ୍ପତ୍ତି । ଆମେ ଆମ ଜୀବନରେ ଅଗସ୍ତ୍ୟକୁ ପାଇ ବହୁତ ଖୁସି । ଆମେ ଦୁହେଁ ମିଶି ତାର ଲାଳନପାଳନ କରିବୁ । ଆମେ ତାକୁ ଦୁନିଆର ସବୁ ଖୁସି ଦେବୁ ।
ପାଣ୍ଡ୍ୟା-ନତାଶା ୨୦୨୦ ଲକ୍ ଡାଉନ ସମୟରେ ବିବାହ କରିଥିଲେ । ୩୦ ଜୁଲାଇ ୨୦୨୦ରେ ସେମାନେ ମାତା-ପିତା ହୋଇଥିଲେ ।ଯାହାର ନାଁ ରଖିଥିଲେ ଅଗସ୍ତ୍ୟା । ୨୦୨୪ ଫେବ୍ରୁଆରୀରେ ଦୁହେଁ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ୫ ମାସ ଭିତରେ ଦୁହେଁଙ୍କ ଭିତରେ କ’ଣ ହୋଇଥିଲା ଅଲଗା ହେବାକୁ ନିଷ୍ପତି ନେଲେ ।

Related posts

ଭୂମିକମ୍ପରେ ଥରିଲା ଗୁଜରାଟ,ରିକ୍ଟର ସ୍କେଲରେ ତୀବ୍ରତା ୩.୫

mahabharatanews

୬ବର୍ଷର ସମ୍ପର୍କ ତୁଟାଇ ଛାଡପତ୍ର ଦେଲେ ରାପର ରଫତାର

mahabharatanews

ଗୋବିନ୍ଦାଙ୍କ ଟିକେଟକୁ ନେଇ ବଢୁଛି ସସପେନ୍ସ

mahabharatanews