ଭାରତ

ଇଡି ଅଫିସରେ ଲାଲୁ ପ୍ରସାଦ ଯାଦବ

(ବିହାର) :  ଚାକିରି ବଦଳରେ ଜମି ଦୁର୍ନୀତି ମାମଲା । ଇଡି ଅଫିସରେ ପହଞ୍ଚିଲେ  ଲାଲୁ ପ୍ରସାଦ ଯାଦବ । ସାଥିରେ ନଜର ଆସିଲେ ଝିଅ ମିସା ଭାରତୀ । ପାଟନା ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କଲେ ଆରଜେଡି କାର୍ଯ୍ୟକର୍ତ୍ତା ।

ସୂଚନାନୁଯାୟୀ ,ଦିନ ଆରଜେଡି ଏବଂ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିଯାଇଥିଲା ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଜାନୁଆରୀ ୨୫ରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଲାଲୁ ଯାଦବ । ଯାହା ପରେ ଅନୁମାନ  ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ଆଗକୁ ବଢିପାରେ । ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ଚାକିରି ଦୁର୍ନୀତି ମାମଲାରେ ସୋମବାର ଲାଲୁ ଯାଦବଙ୍କୁ ଇଡି ପଚରାଉଚରା କରିବା ନେଇ ସୂଚନା ରହିଛି ଯେଉଁଥି ପାଇଁ ଇଡି ଦଳ ପାଟନାରେ ପହଞ୍ଚିଛି ।

Related posts

କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ 

mahabharatanews

ସୋସିଆଲ ମିଡିଆ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗାର ଚିତ୍ର: ପ୍ରଧାନମନ୍ତ୍ରୀ

mahabharatanews

ୟୁକ୍ରେନ-ଋଷ ଲଢେଇ: ବ୍ରିଜ ଉଡାଇଲା ୟୁକ୍ରେନ

mahabharatanews