ପଞ୍ଜାବ : ବିହାରରେ ସରକାର ମଦ ବ୍ୟାନ କରିଥିଲେ । ଏବେ ସେଠାରେ ବିଶାକ୍ତ ମଦପିଇ ୭୦ରୁ ଅଧିକ ଲୋକେ ପ୍ରାଣ ହରାଇଛିନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଅତିଷ୍ଟ ହୋଇପଡିଛି । ଏଭଳି ସ୍ଥିତିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏକ ଅଜବ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଗତ ଗୁରୁବାର ଦିନ ସୁପ୍ରିମକୋର୍ଟରେ ମାନ୍ ସରକାର କହିଛନ୍ତି ଯେ ବେଆଇନ ଦେଶୀ ମଦ ଠାରୁ ଲୋକଙ୍କୁ ଦୁରେଇ ରଖିବାକୁ ପଞ୍ଜାବ ସରକାର ଏକ ବିକଳ୍ପ ଦିଗରେ କାମ କରୁଛନ୍ତି । ସରକାରଙ୍କ ତରଫରୁ ସୁଦ୍ଧ ଓ ସ୍ୱାସ୍ଥ୍ୟକର ଦେଶୀମଦ ଯୋଗାଇ ଦେବାକୁ ପଞ୍ଜାବ ସରକାର କାମ କରୁଥିବା କଥା ସେ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଅନ୍ୟପଟେ କୋର୍ଟଙ୍କୁ ପଞ୍ଜାବ ସରକାର କହିଛନ୍ତି କି ତାଙ୍କ ସରକାର ବିଶାକ୍ତ ମଦ ବିକ୍ରିକୁ ପୁରା ଗମ୍ଭୀରତାର ସହ ଯାଂଚ କରାଯାଉଛି । ଏବଂ ବିଶାକ୍ତମଦ ତିଆରୀ କରୁଥିବା ମାଲିକଙ୍କ ଉପରେ କେତେ କାର୍ୟ୍ୟାନୁଷ୍ଠାନ ହୋଇଛି ତାହାର ତଥ୍ୟ ସୁପ୍ରିମକୋର୍ଟରେ ବି ରଖିଛନ୍ତି ପଞ୍ଜାବ ସରକାର ।
previous post