କଲିକତା ଗୋ-ଚାଲଣ ବେଳେ ୧୨୦ ରୁ ଉର୍ଦ୍ଧ ଗୋରୁଗାଈ ଓ ବାଛୁରୀ ଙ୍କୁ ଉଦ୍ଧାର କଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ। ଆଜି ଅପରାହ୍ନରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଠାରେ ଗୋ-ଚାଲାଣ ର , କୌଣସି ସୂତ୍ରରୁ ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ସଦଳବଳ ଯାଇ ୧୨୦ ରୁ ଉର୍ଦ୍ଧ ଗୋରୁଗାଈ ଓ ବାଛୁରୀ ଙ୍କୁ ଉଦ୍ଧାର କରିଛି। ଏହି ସବୁ ଗୋରୁଗାଈ ଙ୍କୁ ଗୋରୁ ମାଫିଆମାନେ କଲିକତା ଚାଲାଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏଠାରେ ଏହି ବେଆଇନ ଗୋ-ଚାଲାଣ ଦୀର୍ଘ ଦିନ ହେବ ଚାଲିଆସୁଥିବା ବେଳେ ଆଜି ପ୍ରଥମ ଥର ପୋଲିସ ର ଏହି ପଦକ୍ଷେପ କୁ ଅଂଚଳବାସୀ ପୋଲିସ କୁ ସାଧୁବାଦ ଦେଇଛନ୍ତି। ଏହି ସବୁ ଗୋରୁଗାଈ ଓ ବାଛୁରୀ ଙ୍କୁ ଟାଙ୍ଗୀ ସ୍ଥିତ ନନ୍ଦୀ ଗାଁ ଗୋଶାଳା କୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ। ଏହି ଗୋ-ଚାଲାଣ ଅଭିଯୋଗ ରେ କାହାରିକୁ ଗିରଫ କରାଯାଇନାହିଁ କହିଛନ୍ତି ଥାନା ଅଧିକାରୀ।
