ଓଡିଶା

ବଢିବ ତାତି : ୨୫ ସହରରେ ତାପମାତ୍ରା ୪୨ ପାର

(ଭୁବନେଶ୍ୱର) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଲାଗି ରହିଛି। ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୨୫ ସହରର ତାପମାତ୍ରା । ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୨.୮ ଡିଗ୍ରୀ ଟପିଛି ।

 

ସୂଚନାନୁଯାୟୀ , ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମଲହରୀ ଜାରି ରହିବ । ପାରଳାଖେମୁଣ୍ଡିରେ ୩୯.୬ ଡିଗ୍ରୀ, ଦେବଗଡ଼ରେ ୩୯.୪ ଡିଗ୍ରୀ, ଫୁଲବାଣୀରେ ୩୯.୦ ଡିଗ୍ରୀ, ବ୍ରହ୍ମପୁରରେ ୩୯.୦ ଡିଗ୍ରୀ, ମାଲକାନଗିରିରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୭.୬ ଡିଗ୍ରୀ, ରାୟଗଡ଼ାରେ ୩୬.୬ ଡିଗ୍ରୀ, ନବରଙ୍ଗପୁରରେ ୩୫.୮ ଡିଗ୍ରୀ, କୋରାପୁଟରେ ୩୫.୪ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ପୁରୀରେ ୩୫.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ପାରାଦୀପରେ ୩୪.୦ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି ।

Related posts

ଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦ

mahabharatanews

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଏକାମ୍ର ପ୍ରକଳ୍ପର ଅଗ୍ରଗତି ନେଇ ୫-ଟି ସଚିବଙ୍କ ସମୀକ୍ଷା

mahabharatanews