ଓଡିଶା

ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତା ଜାରି 

(ଭୁବନେଶ୍ୱର) : ଦିନକୁ ଦିନକୁ ବଢୁଛି ତାତି । ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ତତଲା ପବନ ରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଖରା ଅନୁଭୂତ ହୋଇଛି । ଏଥି ମଧ୍ୟରେ ମଙ୍ଗଳବାର ୭ଟି ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ମାଲକାନଗିରିରେ ୪୧.୭ ଡିଗ୍ରୀ ରେକର୍ଡ ହୋଇଛି ।

ସୂଚନାନୁଯାୟୀ , ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବାୟୁ ପ୍ରବାହ ଯୋଗୁଁ ସମୁଦ୍ର ମଧ୍ୟରୁ ପବନ ଆସୁନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । କେତେକ ଜିଲାରେ ଦିନ ତାପମାତ୍ରା ବଢିବା ଦ୍ବାରା ଅସମ୍ଭାଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ।

Related posts

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews

 ଧୁଆଁମୟ ଦୀପାବଳି ପାଳିଲେ ଟ୍ୱିନ୍ ସିଟିବାସୀ 

mahabharatanews

ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାରେ ଚାଲିବ ‘ମୋ ବସ’

mahabharatanews