ଓଡିଶା

ରାଜ୍ୟରେ ଆଉ ଦୁଇ ଦିନ ତାତି ଜାରି ରହିବ  

ଭୁବନେଶ୍ୱର: ରାଜ୍ୟକୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଏହି ଗ୍ରୀଷ୍ମ ପ୍ରବାହ ଆଗକୁ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ । ସାରା ରାଜ୍ୟ ତାତିରେ ଜୁଲସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଭୁବନେଶ୍ୱର ସମଗ୍ର ଦେଶରେ ସବୁଠାରୁ ଉତପ୍ତ ସହର ଥିଲା । ଗତକାଲି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଏହା ସର୍ବକାଳୀନ ରେକର୍ଡ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ସେହିପରି, ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ବର୍ତ୍ତମାନଠାରୁ ରାଜ୍ୟରେ ସ୍ଥିତି ଏପରି ତ ଆଗାମୀ ଦିନରେ ସ୍ଥିତି କଣ ହେବ ତାକୁ ନେଇ ସାଧାରଣରେ ଚିନ୍ତା ବଢିଲାଣି ।

 

Related posts

ଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

mahabharatanews

ପିସି ନଦେଲେ ମୁନ୍ସୀପାଲିଟିରେ ହେଉନି କାମ

mahabharatanews