ଓଡିଶା

ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର

(ମହାଭାରତ, ମୟୁରଭଞ୍ଜ): ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡାଲାଯୋଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ତିନି ଦିନରୁ ନିଖୋଜ ଥିବା ଜଣେ ମହିଳା’ଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ପୋଲିସ ଉଦ୍ଧାର କରିଛି । ମୃତ ମହିଳା ମାଲଡ୍ ଟୁଡୁ ବୋଲି ଜଣାପଡିଛି । ଗାଁରେ ମହିଳା ଜଣକ ବଡ ପୁଅ •ନ୍ଦ୍ରାୟ ଟୁଡୁଙ୍କ ସହିତ ଗ୍ରାମରେ ରହୁଥିଲେ । ମୃତା ମହିଳା ଶ୍ରମିକ ଭାବେ କାମ କରୁଥିଲେ । ତେବେ ସେ କାମ କରୁଥିବା ଶ୍ରମିକମାନଙ୍କ ସହିତ ଝଗଡା ହୋଇଥିବା ନେଇ ଘର ଲୋକଙ୍କୁ ଖବର ଦେଇଥିଲେ । ଗତ ମଙ୍ଗଳବାର ସନ୍ଧ୍ର୍ୟାରୁ ସେ ନିଖୋଜ ହୋଇଥିଲେ । ଏହାର ୩ ଦିନ ପରେ ଶନିବାର ତିନିଦିନ ପରେ ମହିଳାଙ୍କ କ୍ଷତବିକ୍ଷତ ଶବ ମିଳିଥିଲା । ତିରିଂ’ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଲାଇଛନ୍ତି । ମହିଳାଙ୍କ ଗଳିତ ଶବର ଡାହାଣ ଗୋଡରେ ମାଂସ ନଥିବା ଦେଖିବାକୁ ମିଳିଛି । ଫଳରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି ।

Related posts

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

mahabharatanews

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

mahabharatanews

ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

mahabharatanews