ଓଡିଶା

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ : ବନ୍ଦ ହେବ ଶିମିଳିପାଳ। ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ। ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ନୋଟିସ୍ ମିଳିଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ବନ୍ଦ ରହିବ।
ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ସାଢେ ଚାରି ମାସ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ । ପ୍ରତି ବର୍ଷ ବର୍ଷା ଋତୁ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ପ୍ରବେଶ ବନ୍ଦ ରହିଥାଏ । ତେବେ ଏଥର ଶିଘ୍ର ମୌସୁମୀ ପାଇଁ ୪ ଦିନ ଆଗରୁ ବନ୍ଦ କରାଯାଉଛି । ବର୍ଷା ପରେ ସ୍ଥିତିକୁ ଦେଖି ନଭେମ୍ବର ମାସ ପହିଲାକୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଶିମିଳିପାଳ ଖୋଲିବା ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଉଛି ।

Related posts

ରାଜ୍ୟପାଳଙ୍କ ନିକଟରେ ଅଯୋଧ୍ୟାରୁ ନିମନ୍ତ୍ରଣ 

mahabharatanews

 ପ୍ରବଳ ବର୍ଷା ସମ୍ଭାବନା: ୫ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ବେଆଇନ ଭାବେ ଟଲରରେ ମାଛ ଧରୁଥିବାରୁ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି

mahabharatanews