ଭାରତ

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

(ଦିଲ୍ଲୀ) : ମୌସୁମୀ ଛୁଇଁବା ପରେ ଦିଲ୍ଲୀରେ ବର୍ଷା ତାଣ୍ଡବ କହିଲେ ନସରେ  । ପ୍ରବଳ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତାଘାଟ ଜଳମୟ ହୋଇଛି । ଗତକାଲି ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଯାହା ୪୦ ବର୍ଷର ରେକର୍ଡ ଭାଙ୍ଗିଛି କୁହାଯାଉଛି ।

ସୂଚନାନୁଯାୟୀ ,  ପ୍ରବଳ ବର୍ଷାରେ ବେହାର ହୋଇ ପଡିଛି ଦିଲ୍ଲୀ । ଗତକାଲି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଦେଇଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ପାଇଁ ଦିଲ୍ଲୀରେ ପ୍ରାୟ ୧୫ଟି ଘର ଭୁଶୁଡି ପଡିଛି । ଘର କାନ୍ଥ ପଡି ଜଣେ ୫୮ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ଉତ୍ତରପ୍ରଦେଶରେ ଚଳିତ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ୧୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ନଦୀ ଗୁଡ଼ିକରେ ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାଜ୍ୟରେ ୭୫ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାରେ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା, ରାମଗଙ୍ଗା ଏବଂ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

Related posts

ରାଜସ୍ଥାନରେ “ଲୁ

mahabharatanews

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବଡ ଦାବି କଲେ ମୁସଲିମ ଅଧ୍ୟକ୍ଷ 

mahabharatanews

ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ ସମୟ 

mahabharatanews