ବରଗଡ଼ :ଉପନିର୍ବାଚନ ସମୟରେ ପାଇକମାଳର ଲୋକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥକେନ୍ତ୍ର ସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲେ । ଆଉ ସେ ପ୍ରତିଶୃତିକୁ ପୂରଣ କରିଛନ୍ତି ନବୀନ । ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି । ଖବର ଅନୂଯାୟୀ ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ। ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ୍ ଉନ୍ମତ ସ୍ୱାସ୍ଥ୍ୟ ସେବା ମିଳିପାରିବ।
previous post
next post