ଓଡିଶା

ବଲୁକା କଳାରେ ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

(ଜୟନ୍ତ କୁମାର ସେଠୀ,ଗୋପ): ସାରା ଦେଶରେ ଚାଲିଛି ଲକ ଡାଉନ। ଲୋକଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମାନେ ଦିନ ରାତି ଏକ କରି ଦେଇଛନ୍ତି। ଘର ପରିବାରକୁ ମଧ୍ୟ ସମୟ ଦେଇ ପାରୁ ନହାନ୍ତି। କରୋନା ମହାମାରୀକୁ ରୋକିବାକୁ ପୋଲିସ ବହିନୀ ପ୍ରମୂଖ ଯୋଦ୍ଧା ସାଜିଛି। ତେବେ ପୋଲିସ କର୍ମଚାରୀଙ୍କ ଏହି କର୍ତ୍ତବ୍ୟ ପରାୟଣତା ଓ ଦେଶସେବାକୁ ବାଲୁକା କଳାରେ ପ୍ରଶଂସା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀରେ ସେ ତିଆରି କରିଥିବା ବାଲୁକା କଳାରେ ପୋଲିସ ବିଭାଗର ଟୋପିକୁ ସ୍ଥାନ ଦେବା ସହ we stand for you , stay home stay safe ବାର୍ତା ରହିଛି ଲୋକଙ୍କ ପାଇଁ। ଲକ ଡାଉନ ସମୟରେ ଘରେ ରହିବା ସହ ନିଜ ପରିବାର , ସମାଜ ଓ ଦେଶକୁ ସୁରକ୍ଷିତ ରଖୀବା ପ୍ରତେକ ନାଗରିକର କର୍ତ୍ତବ୍ୟ ବୋଲି ସୁଦର୍ଶନ ପଟ୍ଟନାୟକ ତାଙ୍କ ବଲୁକା କଳାରେ ବାର୍ତା ଦେଇଛନ୍ତି।

Related posts

ବିରଳ ପ୍ରଜାତିର ଡଲଫିନ୍ ଉଦ୍ଧାର

mahabharatanews

ଓଡିଶା ଉପରେ ବିଜେପିର ନଜର

mahabharatanews

୧୭ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

mahabharatanews