ଓଡିଶା

ଗଞ୍ଜାମରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

(ହିଞ୍ଜିଳି/ରଜନୀକାନ୍ତ ପ୍ରଧାନ): ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇ ଥିବାବେଳେ ୨୨୭ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି।ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ଅଛନ୍ତି। ସେମାନଙ୍କ ମଧ୍ୟରେ ଛତ୍ରପୁରର ଜଣେ, ଚିକିଟିରୁ ୨ଜଣ, ଗଞ୍ଜାମରୁ ଜଣେ, ପୋଲସରାରୁ ୩ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ ଓ ଭଞ୍ଜଗନରରୁ ଜଣେ ଅଛନ୍ତି। ସମସ୍ତ ୩୮ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related posts

ବାଲୁକାକଳା ମାଧ୍ୟମରେ ତମାଖୁ ବର୍ଜନ ବାର୍ତ୍ତା

mahabharatanews

ସାବଧାନ ଛପିଛି ବାଘୁଣୀ 

mahabharatanews

ଡେଙ୍ଗୁ ଆତଙ୍କ;  ଖୋର୍ଦ୍ଧାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ

mahabharatanews