ଓଡିଶା

କଂଗ୍ରେସ ନେତାଙ୍କ ସମେତ ପତ୍ନୀ, କନ୍ୟା କରୋନା ପଜିଟିଭ

ନୂଆଦିଲ୍ଲୀ: ଜଣେ କଂଗ୍ରେସ ନେତାଙ୍କ ସହ ତାଙ୍କ ପତ୍ନୀ ତଥା ଉକ୍ତ ଅଞ୍ଚଳର କାଉନସିଲର ଥିବା ତାଙ୍କ ଝିଅ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସମସ୍ତ ୩ ଜଣଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସ ନେତା ଜଣଙ୍କ ନିଜାମୁଦ୍ଦିନ ଯାଇଥିଲେ । କିନ୍ତୁ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ ମଧ୍ୟ ସେ ଏହି ତଥ୍ୟକୁ ଲୁଚାଇ ରଖିଥିଲେ । ଏବେ ସେ ଓ ପରିବାରର ଅନ୍ୟ ସଦସ୍ୟ କରୋନା ପଜିଟିଭ ବାହାରିବା ପରେ ଓ ନିଜାମୁଦ୍ଦିନ ତଥ୍ୟ ଜଣାପଡିବା ପରେ ପୁଲିସ୍‌ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି। ପୁଲିସ୍ କହିଛି ଯେ କଂଗ୍ରେସ ନେତାଙ୍କ ଅବହେଳା ଯୋଗୁ ତାଙ୍କ ଗାଁ ଦୀନାପୁର ଅଞ୍ଚଳରେ ସଂକ୍ରମଣ ଆଶଙ୍କା ବଢ଼ିଛି। ଏଥିପାଇଁ ଉକ୍ତ ଅଞ୍ଚଳକୁ କଲଷ୍ଟର ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ ସିଲ କରାଯାଇଥିବାରୁ ଏଠାରେ ରହୁଥିବା ଲୋକମାନେ ବାହାରକୁ ବାହାରିପାରିବେ ନାହିଁ କିମ୍ବା ବାହାର ଲୋକ ସେଠାକୁ ଯିବେନାହିଁ।

ସୂଚନାଯୋଗ୍ୟ, ଗତ ମାସରେ ମରକାଜ ନିଜାମୁଦ୍ଦିନକୁ ଯାଇଥିବା ଲୋକମାନଙ୍କୁ ନିଜ ଆଡ଼ୁ କରୋନା ଟେଷ୍ଟ ପାଇଁ ଆଗେଇ ଆସିବାକୁ କୁହାଯାଇଥିଲା। ହେଲେ ଏହି ପୂର୍ବତନ କାଉନସିଲର ଜଣଙ୍କ ଏହାକୁ ଲୁଚାଇ ରଖିଥିଲେ। ଶେଷରେ ସେ ଥଣ୍ଡା ଓ ଜ୍ୱରରେ ପଡ଼ିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା।

Related posts

ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର

mahabharatanews

ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

mahabharatanews

ଆରପାରିରେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

mahabharatanews