ଓଡିଶା

କରୋନା ମୁକାବିଲା: ଅଧିକ ଅର୍ଥ ମାଗିଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ‘କରୋନା’ ମୁକାବିଲା ପାଇଁ କେନ୍ଦ୍ରକୁ ଅଧିକ ଆଧିକ ସହଯୋଗ ମାଗିଛନ୍ତି । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେସିଂରେ ଆଲୋଚନା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ପାଖରେ ଏହି ଦାବି କରିଛି ଓଡ଼ିଶା। ‘କରୋନା’ ମୁକାବିଲା ପାଇଁ ଓଡ଼ିଶାକୁ ମାତ୍ର ୪୬ କୋଟି ଟଙ୍କା ମିଳିଛି। ଓଡ଼ିଶା ପାଇଁ ଅଧିକ ଅନୁଦାନ ଦେବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୫୧୯ କରୋନା ବେଡ୍ ପ୍ରସ୍ତୁତ ଅଛି। ଜିଲ୍ଲା ଓ ପଞ୍ଚାୟତରେ ମଧ୍ୟ ମେଡିକାଲ କ୍ୟାମ୍ପ ଖୋଲିବାକୁ ଯୋଜନା ଅଛି। ୬ ହଜାର ‘କରୋନା’ ବେଡ୍ କରିବାକୁ ଯୋଜନା ରହିଛି। ଡାକ୍ତରଙ୍କ ସୁରକ୍ଷା ପାଇଁ ଅଧିକ ୫ ଲକ୍ଷ ପିପିଇ ଦାବି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ। ଏହାଛଡ଼ା ରୋଗ ପ୍ରତିରୋଧକ ସି ୯୫ ମାସ୍କ ଓ ସାନିଟାଇଜର ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଏଥିସହ ଗତକାଲି ମୁଖ୍ୟମନ୍ତ୍ରୀ ଲକଡାଉନ ବୃଦ୍ଧିକୁ ନେଇ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଶ୍ରୀ ଦାସ ପୁନରାବୃତ୍ତି କରିଛନ୍ତି ବୈଠକରେ । ଏହି ବୈଠକରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଓ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। ‘କରୋନା’ର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହୋଇଛି ।

Related posts

ଅଧିକାରୀଙ୍କ ଜାଣତରେ ରାହାଡପୁର ପାହାଡରୁ ଚାଲିଛି ବେଧଡକ ପଥର ଚାଲାଣ

mahabharatanews

ନୂଆବର୍ଷ ପାଇଁ ଖୁବ ଶୀଘ୍ର ଆସିପାରେ ନୂଆ ଗାଇଡ ଲାଇନ

mahabharatanews

ଧରା ହେଲା ଚୋରା କୋଇଲା ବୋଝେଇ ଗାଡି

mahabharatanews