ରାଜନୀତି

ଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ନୀତିଶଙ୍କ ପାଖରେ

ପାଟନା: ଗତକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାରଙ୍କ ଶପଥ ଗ୍ରହଣ ପରେ ଆଜି ବିଭାଗ ବଣ୍ଟନ ହୋଇଛି। ଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପାଖରେ ରଖିଛନ୍ତି । ଅର୍ଥ, ବାଣିଜ୍ୟ, ପରିବେଶ ଓ ଜଙ୍ଗଲ, ବିପର୍ୟ୍ୟୟ ପରିଚାଳନା, ସହରାଞ୍ଚଳ ବିକାଶ ସହିତ ସୂଚନା ଓ ଔଦ୍ୟୋଗିକ ବିଭାଗ ଉପ ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦଙ୍କୁ ଦିଆଯାଇଛି ।

ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ପଞ୍ଚାୟତିରାଜ, ପଛୁଆ ବର୍ଗ ଓ ଇବିସି କଲ୍ୟାଣ ସହିତ ଉଦ୍ୟୋଗ ମନ୍ତ୍ରଣାଳୟ ଦିଆଯାଇଛି। ବିଜୟ ଚୌଧୁରୀଙ୍କୁ ଗ୍ରାମାଞ୍ଚଳ ବିକାଶ, ଜଳ ସମ୍ବଳ, ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ଦାୟିତ୍ଵ ଦିଆଯାଇଥିବା ବେଳେ ବିଜେନ୍ଦ୍ର ଯାଦବଙ୍କୁ ଶକ୍ତି, ଯୋଗାଣ ଓ ଖାଦ୍ୟ ଉପଭୋକ୍ତା ମନ୍ତ୍ରଣାଳୟ ମିଳିଛି । ସେହିପରି ଅଶୋକ ଚୌଧୁରୀଙ୍କୁ ଭବନ ନିର୍ମାଣ, ସାମାଜିକ କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ସହିତ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦିଆଯାଇଛି। ମେଭାଲାଲ ଚୌଧୁରୀଙ୍କୁ ଶିକ୍ଷା ମନ୍ତ୍ରଣାଳୟ ମିଳିଛି। ମଙ୍ଗଳ ପାଣ୍ଡେଙ୍କୁ ସ୍ଵାସ୍ଥ୍ୟ ସହିତ ସଡକ ନିର୍ମାଣ ଓ କଳା ଏବଂ ସଂସ୍କୃତି ମନ୍ତ୍ରଣାଳୟର ଦାୟିତ୍ଵ ମିଳିଛି। ଶୀଲା କୁମାରଙ୍କୁ ପରିବହନ ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି। ସନ୍ତୋଷ ମାଝୀଙ୍କୁ ଲଘୁ ସେଚନ ସହିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମିଳିଛି। ମୁକେଶ ସାହାନୀଙ୍କୁ ପଶୁପାଳନ ଓ ମତ୍ସ୍ୟ ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି । ଅମରେନ୍ଦ୍ର ସିଂହଙ୍କୁ କୃଷି, ସମବାୟ ଓ ଆଖୁ ବିଭାଗ ହସ୍ତାନ୍ତର କରାଯାଇଛି। ରାମପ୍ରୀତ ପାସଓ୍ଵାନଙ୍କୁ ପିଏଚଇଡି, ଜୀବେଶ କୁମାରଙ୍କୁ ପର୍ୟ୍ୟଟନ, ଶ୍ରମ ଓ ଖଣିଜ, ରାମସୁରତଙ୍କୁ ରାଜସ୍ଵ ଓ ଆଇନ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଛି।

By S Ray

 

Related posts

ସ୍ତ୍ରୀ ତୋର ସେକ୍ସ ମୋର

mahabharatanews

୮୦ ବର୍ଷ ବୟସରେ ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ପରଲୋକ

mahabharatanews

ଦୁଇ ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ 

mahabharatanews

Leave a Comment