ମନୋରଞ୍ଜନ

 ପରଲୋକରେ ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ 

(ଦିଲ୍ଲୀ): ଆଉ ନାହାନ୍ତି ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ ।  ସେ ଜୀବନ ହାରି ଦେଇଥିବା କଥା ଜଣାପଡିଛି । ତେବେ ଏହି ଦୁଃଖଦ ଖବରକୁ କୋକୋଙ୍କ ଭଉଣୀ  କାରୋଲ ଓ ନାନସୀ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି।

ପଡୋଶୀଙ୍କ କହିବାନୁଯାୟୀ , କୋକୋ ଅନେକ ଦିନ ହେବ ଚିନ୍ତାରେ ରହି ଆସୁଥିଲେ  ସେ ପୂର୍ବ ଭଳି ଲୋକଙ୍କ ସହ ମିଶାମିଶି କରିବା ବନ୍ଦ କରି ଦେଇଥିଲେ। ଯେତିକି ଆବଶ୍ୟକ ସେତିକି କଥା ହେଉଥିଲେ। ଅନେକ ଦିନ ଚିନ୍ତାରେ ରହିବା ପରେ ‌‌ଶେଷରେ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେ କୋମାକୁ ଚାଲି ଯାଇଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

 

 

Related posts

ସଚିନ -ଝିଅଙ୍କ ଡିପ୍‌ଫେକ୍: ତତ୍ପରତା ପ୍ରକାଶ କରିଛି ମୁମ୍ବାଇ ପୁଲିସ୍‌ 

mahabharatanews

ଆଜି ହେବ ଡ୍ରାମା କୁଇନଙ୍କ ଆବେଦନର ଶୁଣାଣି

mahabharatanews

‘ଟାଇଗର-୩’କୁ ନେଇ ଏପରି କିଛି କହିଲେ ସଲମାନ ଖାନ

mahabharatanews