ବିଶ୍ୱ

Bangladesh violence: ନେତାଙ୍କ ହୋଟେଲରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ,ଜଳିଗଲେ ୮ ଜଣ

ଢାକା: ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟାଇଛି । ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇବା ପରେ ବାଂଲାଦେଶର ରାଜନୀତି ଆଗକୁ କ’ଣ ହେବ ତାହାର ଚିତ୍ର ଅସ୍ପଷ୍ଟ ରହିଛି । କିନ୍ତୁ ସେନା ମୁଖ୍ୟ ଜେନେରାଲ୍ ଜମାନ ଦେଶରେ ବିରୋଧୀ ଦଳ ଏବଂ ବିଭିନ୍ନ ପକ୍ଷଙ୍କ ସହ କଥା ହୋଇ ଏକ ଅନ୍ତରୀଣ ସମାଧାନ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଦେଶରେ ଅନ୍ତରୀଣ ସରକାର ଗଠନ ହେବ ବୋଲି ସେ କହିଛନ୍ତି । ଏହାପରେ ବି ଦେଶରେ ହିଂସାତ୍ମକ ଘଟଣା ଥମିବା ନାଁ ଧରୁନି। ନିଆଁ। ଏବେ ବିକ୍ଷୋଭକାରୀମାନେ ଅଳ୍ପସଂଖ୍ୟକ ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗ୍ ପାର୍ଟିର ସଦସ୍ୟ ଓ ସମର୍ଥକଙ୍କୁ ଟାର୍ଗେଟ କରୁଛନ୍ତି ।

ସୋମବାର ବିକ୍ଷୋଭକାରୀମାନେ ଜେସୋରରେ ଏକ ହୋଟେଲରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ୮ ଜଣ ଜୀଅନ୍ତା ଜଳି ଯାଇଛନ୍ତି। ଏଥିସହ ୮୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଗୁରୁତରଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିବା ଜଣାଯାଇଛି। ଏହି ହୋଟେଲଟି ଆୱାମୀ ଲିଗ୍ ନେତା ଶାହୀନ ଚକଲାଦାରଙ୍କର ବୋଲି ଜଣାଯାଇଛି।

ପ୍ରଥମେ ୧୯୯୬ରୁ ୨୦୦୧ ଏବଂ ପରେ ୨୦୦୯ରୁ ୨୦୨୪ । ଦୁଇ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ଥିଲେ ଶେଖ୍ ହାସିନା। ବାଂଲାଦେଶର ସର୍ବାଧିକ କାଳ କ୍ଷମତାସୀନ ଥିବା ପ୍ରଧାନମନ୍ତ୍ରୀ । ତେବେ ଗତ ଜୁନରେ ଦେଶବ୍ୟାପୀ ସୃଷ୍ଟି ହୋଇଥିଲା ଛାତ୍ର ଆନ୍ଦୋଳନ। ସରକାରୀ ନିଯୁକ୍ତିରେ ମୁକ୍ତିଯୋଦ୍ଧା ବା ବାଂଲାଦେଶ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଧରମାନଙ୍କୁ ୩୦ ପ୍ରତିଶତ ସଂରକ୍ଷଣ ନେଇ ନିଷ୍ପତ୍ତି ନେଇଥିଲେ ହାସିନା ସରକାର। ଏହାକୁ ବିରୋଧ କରି ଉଗ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରସଂଗଠନ। ଏହାକୁ ବିରୋଧୀ ଦଳମାନେ ମଧ୍ୟ ସମର୍ଥନ କରିଥିଲେ ।

Related posts

ସ୍ଥିତି ସୁଧାରିବାକୁ ସରକାରଙ୍କ ଅଜବ ନିୟମ; ପାକିସ୍ତାନ

mahabharatanews

VIDEO : ଶାଢ଼ୀ-ବ୍ଲାଉଜ, ପଙ୍ଖା, ବତକ…….. ହସିନାଙ୍କ ଘର ଲୁଟିଲେ ବିକ୍ଷୋଭକାରୀ

mahabharatanews

ଇସ୍ରାଏଲ୍‌ରେ ନୂଆ ଭାରିଆଣ୍ଟ,୨ ସଂକ୍ରମିତ ଚିହ୍ନଟ

mahabharatanews