ଭାରତ

ଭୁଶୁଡ଼ିଗଲା ଦୁଇ କୋଠା, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି। ଏହା ତଳେ ବହୁ ଲୋକ ଫସିଥିବା ଅନୁମାନ କରାଯାଉଛି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।ଏହି ଅଘଟଣ ପରେ କାଶୀ ବିଶ୍ୱନାଥ ମନ୍ଦିରକୁ ସଂଯୋଗ କରୁଥିବା ଗେଟ୍‌ ନଂ-୪କୁ ବନ୍ଦ କରି ଦିଆଯାଇଛି। କେବଳ ୧ ଓ ୨ ନଂ ଗେଟ୍‌ ଦେଇ ଶ୍ରଦ୍ଧାଳୁମାନଙ୍କୁ ପ୍ରବେଶ ଅନୁମତି ମିଳିଛି।ସୂଚନା ମୁତାବକ, ଏହି ଦୁଇ ବିଲ୍ଡିଂ ୭୦ ବର୍ଷର ପୁରୁଣା ବୋଲି ସ୍ଥାନୀୟ ଲୋକଙ୍କ ନିକଟରୁ ଜଣାପଡ଼ିଛି। ଏହା ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ସେଠାରେ କିଛି ଦୋକାନ ବି ଖୋଲିଥିଲା। ବିଳମ୍ବିତ ରାତିରେ ହଠାତ୍‌ କୋଠା ଦୁଇଟି ଲଗାତର ଭାବେ ଭୁଶୁଡ଼ି ପଡ଼ିଥିଲା।

Related posts

କେଦାରନାଥ ମନ୍ଦିରରେ ବିଜେପି ସାଂସଦଙ୍କୁ ଭେଟିଲେ ରାହୁଲ୍‌ 

mahabharatanews

ରାହୁଲଙ୍କୁ ମିଳିଲା ଜାମିନ

mahabharatanews

ବିରୋଧୀ ଦଳର ନେତା ହେବା ପରେ ବଢ଼ିଲା ରାହୁଲଙ୍କ ଗୁରୁତ୍ୱ

mahabharatanews