ଓଡିଶା

ବାଲିଆଢିପା ଗାଁରେ ଜଳିପୋଡି ପାଉଁସ ହୋଇଗଲା ବାସଗୃହ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ବଣକାଟି ପଞ୍ଚାୟତ ଅନ୍ତର୍ଗତ ବାଲିଆଢ଼ିପା ରାଜସ୍ବ ଗ୍ରାମ ପାରାଉଡ଼ି ସାହିର ଦୁଇ ପରିବାରର ବାସଗୃହ ଆଜି ଦିନ ଦ୍ୱିପହରେ କୌଣସି କାରଣରୁ ନିଆଁ ଲାଗି ଜଳି ଯାଇଥିଲା । ଘର ଲୋକ କାମ କରିବାକୁ ଯାଇ ଥିବାରୁ କେହି ଯାଣିପାରିନଥିଲେ । ପରେ ଓ୍ବାର୍ଡ ମେମ୍ବର ବିଦ୍ୟାଧର ସୋରେନ ନିଆଁ ଲାଗିଥିଲା ଜାଣି ବିଜାତଳା ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ଘର ଜଳ ଯାଇଥିଲା ଓ ଅଳ୍ପସ୍ବଳ୍ପ ନିଆଁ ଲିଭାଇଥିଲେ । ସୂଚନାଯୋଗ୍ୟ ପାରାଉଡି ଗ୍ରାମର ଅନନ୍ତ ଚରଣ ଟୁଡୁ ଏବଂ ଦୁବରାଜ ବାସ୍କେ ଦୁଇ ପରିବାର ଲୋକେ ଘରେ ନଥିବା ସମୟରେ ନିଆଁ ଲାଗି ଯାଇଥିଲା । ତାଙ୍କର ରୋଷୋଇ ସାମଗ୍ରୀ, ଆସବାବପତ୍ର, ବିଭିନ୍ନ ସରକାରୀ ଓ ବେସରକାରୀ ଦସ୍ତାବିଜ ସଂପୂର୍ଣ୍ଣ ନିଆଁରେ ଜଳି ପାଉଁଶ ହୋଇଯାଇଛି । ସେମାନେ ବାସହରା ହୋଇଯାଇଛନ୍ତି । ରାତିରେ କ’ଣ ଖାଇବେ? ଖରା, କାଳବୈଶାଖୀ ଯୋଗୁଁ କେଉଁଠି ରାତିରେ ମୁଣ୍ଡ ଗୁଞ୍ଜିବେ! ଚିନ୍ତାରେ ଦୁଇ ପରିବାର ଲୋକ । ତୁରନ୍ତ ପ୍ରଶାସନ ସହଯୋଗରେ ହାତ ବଢ଼ାଇବାକୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି । ନିଆଁ କେମିତି ଲାଗିଲା କାରଣଏବେବି ଅସ୍ପଷ୍ଟ ଅଛି ।

Related posts

ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ଘର ବାହୁଡା ପାଇଁ ବନ୍ଦେ ଭାରତ ମିଶନ

mahabharatanews

୨୯ ଯାଏଁ ରାଜ୍ୟରେ କୋହଳ ପାଗ 

mahabharatanews

ଲୁଣାରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews