ଓଡିଶା

ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ଘର ବାହୁଡା ପାଇଁ ବନ୍ଦେ ଭାରତ ମିଶନ

ନୂଆଦିଲ୍ଲୀ: ବିଭିନ୍ନ ବିଦେଶରେ କରୋନା ସଂକ୍ରମଣ ପରେ ଫସି ରହିଥିବା ପ୍ରବାସୀ ଭାରତୀୟମାନଙ୍କୁ ଆଜିଠାରୁ ସ୍ୱଦେଶ ଫେରାଇ ଅଣାଯିବ । ତେରୁ ଆଜିଠାରୁ ଭାରତ ଆରମ୍ଭ କରୁଛି ବିଶ୍ଵର ସବୁଠୁ ବଡ ଘର ବାହୁଡା ଅଭିଯାନ ‘ବନ୍ଦେ ଭାରତ ମିଶନ’ । ଏହି ମିଶନ ଜରିଆରେ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି ।

‘ବନ୍ଦେ ଭାରତ ମିଶନ’ ରେ ଏୟାର ଇଣ୍ଡିଆ ୧୨ଟି ଦେଶରୁ ପାଖାପାଖି ୧୫ ହଜାର ଭାରତୀୟଙ୍କୁ ପ୍ରଥମ ପର୍ୟ୍ୟାୟରେ ଭାରତ ଫେରାଇ ଆଣିବ । ଏଥିପାଇଁ ଆଗାମୀ ୧୩ ତାରିଖ ପର୍ୟ୍ୟନ୍ତ ୬୪ଟି ବିମାନ ଉଡାଣ କରିବ । ଏଥିନେଇ ଗତକାଲି ବିଦେଶ ମନ୍ତ୍ରାଳୟରେ ଘନଘନ ବୈଠକ ବସିଥିଲା । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଆଜି ୨୦୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆବୁଧାବିରୁ ଭାରତ ଆସିବ ।

ସେହିପରି କେନ୍ଦ୍ର ସରକାରଙ୍କ ‘ସେତୁ ସମୁଦ୍ର’ ମିଶନ ମାଧ୍ୟମରେ ମାଳଦୀପରେ ଫଶି ରହିଥିବା ୧ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କୁ ଜାହାଜ ମାଧ୍ୟମରେ ଭାରତ ଫେରାଇ ଅଣାଯିବ ବୋଲି ଜଣାପଡିଛି । ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ବନ୍ଦର ଓ ବନ୍ଦରରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

Related posts

ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ଵିଭାଗ

mahabharatanews

ଏକ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ, ୧ ଗିରଫ

mahabharatanews

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ ; ୨୧ରୁ ବର୍ଷା!

mahabharatanews