ଅପରାଧଓଡିଶା

ପୋଲତଳେ ମହିଳାଙ୍କ ମୃତଦେହ ! ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

(କାମାକ୍ଷାନଗର) ; ପୋଲତଳେ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ପଡିଛି । ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ ହେଉଛି । ସୂଚନା ଅନୁଯାୟୀ ଶନିବାର ସକାଳେ ପର୍ଜଙ୍ଗ ଥାନା ଦେଇ ଯାଇଥିବା ୧୪୯ ନଂ ଜତୀୟ ରାଜପଥ ଭେଜିଆ ଗାଁ ନିକଟରେ ଥିବା ଏକ ପୋଲ ତଳେ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ପଡିଥିଲା । ମୃତ ମହିଳାଙ୍କ ହାତ ଗୋଡ ବନ୍ଧା ହୋଇଥିଲା । ତେବେ ଦୁଷ୍କର୍ମ ପରେ ହତ୍ୟା କରି କେହି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଏଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମମ୍ଭ କରିଛି ।

Related posts

ସରପଞ୍ଚ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ

mahabharatanews

ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ 

mahabharatanews

ଆସନ୍ତାକାଲି ପୁରୀ-ରାଉରକେଲା ଟ୍ରାଏଲ ରନ୍

mahabharatanews