ବିଶେଷ

ଆଖି ତଳ କଳାଦାଗ କମ୍ କରିବେ କିପରି

ବ୍ୟୁରୋ : ମହିଳା ଓ ପୁରୁଷ ଉଭୟଙ୍କର ଅନେକ ସମୟରେ ଆଖିତଳ କଳାଦାଗ ସମସ୍ୟା ଦେଖାଯାଏ । ଘରୋଇ ଉପାୟରେ ଏଥିରୁ ରକ୍ଷା ପାଇହେବ । କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡ଼େ ।

ଆଖି ତଳ କଳାଦାଗ କମ୍ କରିବେ କିପରି?

  • ଆଳୁ ରସକୁ ବାହାର କରି ଏକ ପାତ୍ରରେ ରଖିବେ । ତୁଳାରେ ସେହି ରସକୁ ନେଇ ଆଖି ଉପରେ ୫ ମିନିଟ୍ ରଖି ବିଶ୍ରାମ ନେବେ । ପ୍ରତିଦିନ ଏଇ ଉପାୟ କଲେ ସମସ୍ୟାର ସମାଧାନ ହୋଇଥାଏ ।
  • କାକୁଡ଼ିକୁ ଗୋଲ ଆକାରରେ କାଟି ଆଖି ଉପରେ ରଖିଲେ ମଧ୍ୟ କଳା ଦାଗ କମ୍ ହେଉଥିବାର ଦେଖାଯାଇଛି ।
  • ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ ।
  • ବାହାରକୁ ଯିବା ପୂର୍ବରୁ ସନ୍ ଗ୍ଲାସ୍ ଲଗାଇବା ଜରୁରୀ । ବାହାରୁ ଆସିବା ପରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ ।
  • ଖରାରୁ ଆସିବା ପରେ ବରଫକୁ ନିୟମିତ ଆଖି ଚାରିପାଖେ ମାଲିସ୍ କଲେ ଲାଭ ମିଳେ ।

Related posts

ସମୁଦ୍ର ତଳେ ଲୁଚି ରହିଥିବା ଗ୍ୟାସ କିପରି ପୃଷ୍ଠରେ ପହଞ୍ଚିଥାଏ?

mahabharatanews

ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ଆକ୍ସନ

mahabharatanews

ତୁଳସୀ ଗଛ ଶୁଖିଯିବା ଅଶୁଭ କାହିଁକି ? 

mahabharatanews