ଓଡିଶାରାଜନୀତି

ମହଙ୍ଗା ମାଡକୁ ନେଇ ଘେରାଉ କରିବ କଂଗ୍ରେସ

୫ ତାରିଖରେ ରାଜଭବନ ସମେତ ଜିଲ୍ଲା ମୁଖ୍ୟାଳୟ ଘେରାଉ

ଭୁବନେଶ୍ୱର: ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଓ ରାଜ୍ୟର ବିଜେଡି ସରକାର ଏଥିପ୍ରତି ନୀରବ ଦ୍ରଷ୍ଟା ସାଜିବା ପରିତାପର ବିଷୟ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଏହାକୁ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରୁଛୁ ବୋଲି ସେ କହିଛନ୍ତି। ବିଜେଡି ଓ ବିଜେପିର ବିକଳ୍ପ କଂଗ୍ରେସ ବୋଲି କହିଛନ୍ତି। ଦେଶ ଓ ରାଜ୍ୟରେ ଥିବା ଗରିବ ଶ୍ରେଣୀର ଲୋକମାନେ ମହଙ୍ଗା ମାଡ ଯୋଗୁ ବହୁ ଅସୁବିଧା ଭୋଗ କରୁଛନ୍ତି। ପ୍ରତ୍ୟେକ ଆବଶ୍ୟକୀୟ ଜିନିଷ ଉପରେ ଟିକସ ଲଗାଇବା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ଗରିବଙ୍କ ପେଟରେ ଲାତ ମାରୁଛନ୍ତି। ଏହାର ଜବାବ ୨୦୨୪ ସାଧାରଣ ନିର୍ବାଚନରେ ଲୋକମାନେ ଦେବେ ବୋଲି କହିଛନ୍ତି। ରାଜ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ବଢୁଥିଲେ ମଧ୍ୟ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡିକ ରାଜ୍ୟ ସରକାର ପୂରଣ କରୁନାହାଁନ୍ତି। ରାଜ୍ୟରେ ଠିକା ନିଯୁକ୍ତି ଗ୍ରହଣୀୟ ନୁହଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରର ଲୋକଙ୍କୁ ଚାକିରି ମିଳୁଥିବାବେଳେ ରାଜ୍ୟର ଯୁବକଙ୍କୁ ଚାକିରି ନମିଳିବା ଗ୍ରହଣନୀୟ ନୁହେଁ। ତେଣୁ ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟା ଓ ଦରବୃଦ୍ଧି, ମହଙ୍ଗା ମାଡକୁ ନେଇ ଏଆଇସିସିର ନିଷ୍ପତ୍ତି କ୍ରମେ ଅଗଷ୍ଟ ୫ ତାରିଖରେ ରାଜ୍ୟ କଂଗ୍ରେସ ତରଫରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ରାଜଭବନ ଘେରାଉ କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିବାକୁ ନିବେଦନ କରିଥିଲେ।

Related posts

ଆସନ୍ତା ୨୫ ଯାଏ ଶୀତ ଲହରୀ ଜାରି ସମ୍ଭାବନା: ଅନାବଶ୍ୟକ ସ୍ଥଳେ ଘରେ ରହିବାକୁ ପରାମର୍ଶ

mahabharatanews

ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ !

mahabharatanews

ଆନନ୍ଦପୁରରେ ରାଜ୍ୟ ସାମ୍ବାଦିକ ସଂଘ ଆହ୍ବାନରେ ଜିଲ୍ଲା ଜାକ୍ ସଂଘ ଗଠିତ

mahabharatanews