ଓଡିଶା

ନିମ୍ନମାନର କାମ: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଘାଇ

କଳାହାଣ୍ଡି: କଳାହାଣ୍ଡି ପରି ମରୁଡି ପ୍ରପୀଡିତ ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ କୋଟିକୋଟି ଟଙ୍କା ବେୟରେ ନିର୍ମାଣ ହୋଇଥିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ । ଏହି ମେଗା ପ୍ରକଳ୍ପରୁ ଚଳିତ ବର୍ଷରୁ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଛଡ଼ା ଗଲା । କିନ୍ତୁ ପ୍ରଥମ ପାଣି ଛଡା ହେଉହେଉ କୋକସରା ବ୍ଲକ୍ ମାଝିଗୁଡ଼ା ନିକଟରେ ଥିବା ନବନିର୍ମିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧରେ ସୃଷ୍ଟି ହୋଇଗଲା ଘାଇ । ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇ ଶହ ଶହ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଗଲା। ବହୁ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମପ୍ରୋଜେକ୍ଟ ଆରମ୍ଭ ହୋଇ ହେଉ ନ ହେଉଣୁ ବନ୍ଧ ଭୁଶୁଡି ପଡିଲା ।

ଗତକାଲି ରାତିରେ କେନାଲ ଦେଇ ଜଳ ଛଡ଼ା ଯିବା ବେଳେ ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଏଥିରୁ ବନ୍ଧ ନିର୍ମାଣରେ କେତେ ଉନ୍ନତମାନର କାମ ହୋଇଥିଲା ତାହା ସହଜରେ ଜଣା ପଡୁଛି । ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ନିମ୍ନମାନର କାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଛି । ଫଳରେ ନିକଟସ୍ଥ ଚାଷ ଜମିରେ ପାଣି ମାଡି ଯାଇଛି । ଚାଷୀ ଋଣ କରି ଧାନ ବୁଣା ଓ ରୁଆ ସାରିଥିବାରୁ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହେଉଛି । ଏବେ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

 

Related posts

ଆଜି ଆଉ ୧୨୧୫ ନୂଆ କରୋନା ଚିହ୍ନଟ

mahabharatanews

ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ଓ୍ଵାର୍ଣ୍ଣିଂ ଜାରି

mahabharatanews

କଣିହାଁ ସାଇ ନର୍ସଂହୋମରେ ଡିଜିଟାଲ ଏକସ୍ରେ ମେସିନ

mahabharatanews