ଓଡିଶା

କମୁଛି ସଂକ୍ରମଣ , ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ହାର କମିଛି । ତେଣୁ କୋଭିଡ଼ କଟକଣାରେ ପୁଣି କୋହଳ କରିଛନ୍ତି ରାଜ୍ୟ ସରକାର । ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇଦିଆଯାଇଥିବାର ଘୋଷଣା କରାଯାଇଛି । ସାରା ରାଜ୍ୟରେ କୋଭିଡ ମାମଲା କମୁଥିବାରୁ ନାଇଟ କର୍ଫ୍ୟୁ ହଟାଇଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିଲା । ଆଉ ଆସନ୍ତା ୨୮ ତାରିଖ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଥିଲା | କିନ୍ତୁ କୋଭିଡ ମାମଲା କମୁଥିବାରୁ ନିର୍ଦ୍ଧାରିତ ଦିନ ପୂର୍ବରୁ ନାଇଟ କର୍ଫ୍ୟୁକୁ ହଟାଇଦିଆଯାଇଥିବା ସୂଚନା ମିଳିଛି |

 

Related posts

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews

ରାଉରକେଲାରୁ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ…

mahabharatanews

ବାଲେଶ୍ୱର ପ୍ରଚାର ବେଳେ ସାଂସଦ ସେକିଲେ ରୁଟି

mahabharatanews