ଅପରାଧ

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀକୁ କୋର୍ଟ ଚାଲାଣ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଶୁକ୍ରବାର ବିଳମ୍ବିତ ରାତିରେ ସ୍ତ୍ରୀ ମୃତ୍ୟୁ ମାମଲାରେ ସୋମବାର ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମରେ ହୋଇଥିଲା ହତ୍ୟା । ଲକ୍ଷ୍ମଣ ନାଇକ ନାମକ ବ୍ୟକ୍ତିଙ୍କୁ ସ୍ତ୍ରୀ ଜାନକୀ ନାଇକଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି ।
ଖବର ଅନୁଯାୟୀ, ଦିଗପହଣ୍ଡି ଥାନା ଚଷାନିମଖଣ୍ଡି ଗ୍ରାମରେ ବଡଗଡ ଥାନା ବାହଁରପୁର ଗ୍ରାମର ଜୁରିଆ ନାଇକଙ୍କ ଝିଅ ୨୦୧୪ ମସିହାରେ ବିବାହ କରିଥିଲେ । ବାହାଘର ପରଠାରୁ ଜାନକୀଙ୍କୁ ଅଧିକ ଯୈାତୁକ ଆଣିବା ପାଇଁ ସ୍ବାମୀ ଲକ୍ଷ୍ମଣ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଶୁକ୍ରବାର ଦିନ ଜାନକୀ ବିଷପାନ କରି ଆତ୍ମହତ୍ୟା କରିଥିବା ଲକ୍ଷ୍ମଣ ଝିଅର ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ତେବେ ଝିଅର ମୃତ୍ୟୁ ଖବର ପାଇବା ପରେ ଶୋକସନ୍ତପ୍ତ ପରିବାର ଏହାକୁ ବିଶ୍ୱାସ କରିପାରିଲେ ନାହିଁ । ଝିଅକୁ ମାରି ଦେଇଥିବା ସନ୍ଦେହ କରି ମାଆ ବବି ନାଇକ ଦିଗପହଣ୍ଡି ଥାନାରେ ଜ୍ବାଇଁ ଲକ୍ଷ୍ମଣ ବିରୋଧରେ ଅଭିଯୋଗ କରିଥିଲେ । ଦିଗପହଣ୍ଡି ପୋଲିସ ଏତଲାକୁ ଭିତ୍ତିକରି ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇବା ସହ ସ୍ବାମୀଙ୍କୁ ଅଟକ ରଖିଥିଲା । ସୋମବାର ଅପରାହ୍ନରେ ଦିଗପହଣ୍ଡି ଥାନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା ।

 

Related posts

ବିଜେପି ନେତା ମର୍ଡର ଘଟଣା: ସିନ ରିକ୍ରିଏଟ ବେଳେ ମିଳିଲା ଖଣ୍ଡା

mahabharatanews

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ, ବନ୍ଧାହେଲେ ଟ୍ୟୁସନ ସାର

mahabharatanews

ଲଜ୍ଜା: ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ

mahabharatanews