ଅପରାଧ

ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀର ମୃତ୍ୟୁ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ନିଶାସକ୍ତ ଅବସ୍ଥାରେ ସ୍ୱାମୀ ହିତାହିତ ଜ୍ଞାନ ଭୁଲି ନିଜର ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅଧିନ କୋଟିଶଳ ଗାଁରେ ଘଟିଛି । ଏହି ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଗତକାଲି ସନ୍ଧ୍ୟାରେ କୋଟିଶଳ ଗାଁର କୋଇଲି ମୁଣ୍ଡା ନିଜ ସ୍ୱାମୀ ପୁଲିନ ମୁଣ୍ଡା ସହ ମଦ୍ୟପାନ କରିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ତାହା ଝଗଡାର ରୂପ ନେଇଥିଲା । ଅତ୍ୟଧିକ ମଦ ପିଇଥିବାରୁ ସ୍ୱାମୀ ପୁଲିନ ମୁଣ୍ଡା ନିଜର ହିତାହିତ ଜ୍ଞାନ ହରାଇ ଏକ ଠେଙ୍ଗାରେ ସ୍ତ୍ରୀ କୋଇଲି ମୁଣ୍ଡାଙ୍କୁ ବାରମ୍ବାର ପିଟି ଚାଲିଥିଲେ । ଫଳରେ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାକାରୀକୁ ଗିରଫ କରିଛନ୍ତି ।

Related posts

ଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁ

mahabharatanews

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

mahabharatanews

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews