ଅପରାଧଓଡିଶା

ଜେଲରେ ଶିବ ହୋଇଯାଇଛି ପାଗଳ !

ବ୍ୟୁରୋ: ଶିବ, ଏ ନାକୁ ଏବେ ଯିଏ ଶୁଣିଛି ,ତା ମନରେ ଭୟ ସୃଷ୍ଟି ହେଉଛି । କାରଣ ଜଣେ ମଣିଷ ୫ ଟି ମଣିଷ ମାରିଦେଲା । ସେ ପୁଣି ନିଶାସକ୍ତ ଅବସ୍ତାରେ ନୁହେଁ , ସୁସ୍ଥ ମୁଣ୍ଡରେ । ବଡ ଭାଇର ପରିବାରକୁ କଟୁରୀରେ ହାଣି ଏବେ ଜେଲରେ ଅଛି ଶିବ । ଜେଲରେ ଯିବା ଦିନଠୁ ଖାଲି ରୋଲ କରିବାରେ ଲାଗିଛି ।

କେତେବେଳେ ଖାଇବା ପାଇଁ ଏଇଟା ସେଇଟା ତ ଆଉ କେତେବେଳ ଦେହ ଖରାପର ବାହାନା । ଆଉ ଏତିକିରେ ବାବୁଙ୍କ ମନ ଭରିନଥିଲା ଯେ ଏବେ ଜେଲ ଗଲା ପରେ ସଜା କମ ହୋବାକୁ କରୁଛି ନୂଆ ପ୍ରୟାସ । ସେଥିପାଇଁ ଏବେ ଶିବ ଜେଲରେ ତାର ପାଗଳାମି ବଢି ବଢି ଚାଲିଛି । ପାଗଳର ଅଭିନୟ କରି ଜେଳରେ ଦେଖାଉଛି ରୋଲ ।

କାରଣ ଜେଲରେ ରାତିରେ ନ ଶୋଇ ଦେଖୁଛି ସ୍ୱପ୍ନ । ମୁଁ କେମିତି ଜେଲରୁ ବଡଭାଇର ସମ୍ପତି ଭୋଗ କରିବି ସେ ନେଇ ଚଲେଇଛି ଚକ୍ରାନ୍ତ । ସେଥିପାଇଁ କେତେବେଳେ ହସୁଛି, ଆଉ କେତେବେଳେ ସମ୍ପତି ସମ୍ପତି ବିଳିବିଳି ହେଉଛି । ଯାହା ଖାଇବା ଆସୁଛି ତାକୁ ସବୁ ନଖାଇ, ସମ୍ପତି ଭୋଗ କରିବ ବୋଲି ପାଗଳର ଅଭିନୟ କରୁଛି ଶିବ ।

ଦେହରୁ ବସ୍ତ୍ର ବାହର କରି ପାଗଳା ଭଳି ଆକ୍ଟିଙ୍ଗି କରି, ଖାଇବାକୁ ପିଙ୍ଗି ଦେଉଛି । ଏହା ଦେଖି ଜେଲରେ ଥିବା ଅନ୍ୟ କଏଦୀ ମାନେ ବି ଶିବକୁ ଦେଖି ଭୟରେ ଜୀବନ କାଟୁଛନ୍ତି । ଏତେ ଜଘଂନ୍ୟ ଅପରାଧ କରକି ବି ଅନୁତାପ ନକରି ସମ୍ପତି ଭୋଗ ପାଇଁ ଆଉଟି ପାଉଟି ହେଉଛି । ରାଜ୍ୟରେ ଏବେ ଏଭଳି ହତ୍ୟା ଅନେକଙ୍କୁ ସବ୍ଧ କରିଦେଉଛି । କାରଣ ମଣିଷ ଯେ, ଲୋଭରେ ପଡି ଏତେ ନୃଶଂସ ହୋଇପାରେ ଏସବୁ ହତ୍ୟା ଦେଖିବା ପରେ ବାରି ହୋଇପଡୁଛି ।

 

 

Related posts

କୋଭିଡ଼୍ କେଆର୍ କେନ୍ଦ୍ର ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଓଡିଶା ପଜିଟିଭ୍ ପକ୍ଷରୁ ନିବେଦନ

mahabharatanews

ଖଇରମାଳ ବ୍ୟାରେଜ ନିର୍ମାଣ ଦାବି ନେଇ ପୁଣି ଉଠିଲା ସ୍ୱର

mahabharatanews

୫୬ ବର୍ଷ ବୟସରେ ପୂର୍ବତନ ବିଧାୟକ ରବୀନ୍ଦ୍ର ଭୋଇଙ୍କ ପରଲୋକ

mahabharatanews