ଅପରାଧ

ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚାତିଆଗୁଡା ସେକ୍ଟର ଆଇସିଡିଏସ ସୁପରଭାଇଜର ହର୍ସମଣି ଦେଇ ଭିଜିଲାନ୍ସ ଜାଲରେ । ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ତାଙ୍କୁ ଗିରଫ କରିଛି । ଜଣେ ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ପାଇଁ ସେ ଏହି ଲାଞ୍ଚ ନେଉଥିଲେ ।
ସୂଚନା ମୁତାବକ, ଜନୈକ ବ୍ୟକ୍ତିଙ୍କ ଭଉଣୀଙ୍କୁ ଅଙ୍ଗବାଡିରେ ନିଯୁକ୍ତି କରାଇଦେବାକୁ ଶ୍ରୀମତି ଦେଇ ଏକ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ବହୁ ଟଣା ଓଟରା ପରେ ଏକ ଲକ୍ଷ ଟଙ୍କା ଅଶି ହଜାର ଟଙ୍କାକୁ ଖସି ଥିଲା । ତେବେ ସିନାପାଲି ବସଷ୍ଟାଣ୍ଡରେ ଲାଞ୍ଚ ଟଙ୍କା ଦେବାକୁ ଡକାଇଥିଲେ ଶ୍ରୀମତି ଦେଇ । ଉକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରି ବସଷ୍ଟାଣ୍ଡରେ ଟଙ୍କା ଦେବାକୁ ପହଞ୍ଚିଥିଲେ । ସେଠାରେ ଶ୍ରୀମତି ଦେଇ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ନେବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି । ଏଥିସହ କୋରାପୁଟ ଭିଜିଲାନ୍ସରେ ଏକ ଅଭିଯୋଗ ଦାୟର କରାଯାଇ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚଳାଇଛି ।

Related posts

ଦାଦାକୁ ହାଣିଲା ପୁତୁରା

mahabharatanews

ସାଲେପୁର ପୋଲିସର ମାସ୍କ ଚେକିଂ

mahabharatanews

ହାତୀ ଦାନ୍ତ ଚାଲାଣ ବେଳେ ଫସଲ ଫାଟିଲା

mahabharatanews