ଅପରାଧ

ହାତୀ ଦାନ୍ତ ଚାଲାଣ ବେଳେ ଫସଲ ଫାଟିଲା

ବରଗଡ: ଓଡିଶା ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ପକ୍ଷରୁ ଚଢାଉ କରାଯାଇ ହାତୀ ଦାନ୍ତ ଚାଲାଣ ପଣ୍ଡ କରାଯାଇଛି । ଏସଟିଏଫ ରମେଶ ପ୍ରଧାନ ନାମକ ଜଣଙ୍କୁ ଗିରଫ କରିଛି । ରମେଶ ହେଉଛି ବଲାଙ୍ଗୀର ଜିଲ୍ଲା ଲାରାମ୍ଭ ବ୍ଲକର ବାସିନ୍ଦା । ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଥିଲା କି ବରଗଡ ଜିଲ୍ଲା ଗାଇସିଲଟ ନିକଟରେ ବେଆଇନ ହାତୀ ଦାନ୍ତ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଛି । ଏହି ସୂଚନାକୁ ନେଇ ଏସଟିଏଫ ପକ୍ଷରୁ ଏହି ରେଡ କରାଯାଇଥିଲା ।
ସର୍ଚ୍ଚ ବେଳେ ଗୋଟିଏ ହାତୀ ଦାନ୍ତ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ଏସଟିଏଫ । ଏହି ହାତୀ ଦାନ୍ତକୁ ନେଇ ଏସଟିଏଫର କୌଣସି ପ୍ରଶ୍ନର ଉତ୍ତର ଦେଇପାରିନଥିଲା ରମେଶ । ତେଣୁ ତାକୁ ଗିରଫ କରି ନେଇଛି ପୁଲିସ । ଏହାକୁ ନେଇ ଯାଞ୍ଚ ଜାରି ରହିଛି ।
ଗତ ଏକବର୍ଷ ଭିତରେ ଏସଟିଏଫ ୨୯ଟି ବାଘ ଛାଲ ଓ ୧୧ଟି ହାତୀ ଦାନ୍ତ, ୨ ହରୀଣ ଛାଲ, ୬ଟି ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା ଛାଲ ଜବତ କରିବା ସହ ୪୩ ଅପରାଧୀଙ୍କୁ ଗିରଫ କରିଛି ।

Related posts

ସାଇବର ଠକେଇ ମାମଲାରେ ଚଢ଼ାଉ, ଘରୁ ବାହାରୁଛି ପୁଳା ପୁଳା ଟଙ୍କା

mahabharatanews

ଲୋନ୍ ଆଳରେ ୧ଲକ୍ଷ ଚଳୁ କଲା ସାଇବର ଠକ

mahabharatanews

ପାରିବାରିକ ବିବାଦକୁ ନେଇ ନବ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

mahabharatanews